ଶୈାଚାଳୟ ଗୁଡିକୁ ବୁଲି ସ୍ୱଚ୍ଛତା ତଦାରଖ କରିଲେ ଡିଆରଡିଏ ପିଡି

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଏନଏସିରେ ଥିବା ଶୈାଚାଳୟ ଗୁଡିକୁ ବୁଲି ଶୁକ୍ରବାର ସ୍ୱଚ୍ଛତା ସଂପର୍କରେ ତଦାରଖ କରିଛନ୍ତି ଡିଆରଡିଏ ପିଡି ତଥା ଛତ୍ରପୁର ଏନଏସିର ପ୍ରଶାସକ ଶିନ୍ଦେ ତତ୍ତାତ୍ରୟ ଭାଉସାହେବ । ଏହାସହ ଏନଏସି ପକ୍ଷରୁ ବିଭିନ୍ନ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ୟ କୁ ବୁଲି ଆନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ପିଡି । ଏନଏସିର ୨ନଂ ଓ ୫ନଂ ୱାର୍ଡରେ ଥିବା ଶୈାଚାଳୟ ଗୁଡିକୁ ପରିଦର୍ଶନ କରି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । ମେଡିକାଲ ସମ୍ମୁଖରେ ଥିବା ଶୈାଚାଳୟ କୁ ବୁଲି ତାହା ସଫା ସୁତରା ଅଛି କି ନାହିଁ ତାହାର ଅନୁଧ୍ୟାନ କରିଥିଲେ । ଶୈାଚାଳୟକୁ ନୀୟମିତ ସଫାସୁତରା ରଖିବା ସହ ଲୋକଙ୍କୁ ଉଚିତ ସେବା ଯୋଗାଇବା ନିମନ୍ତେ ମଧ୍ୟ ପିଡି କହିଥିଲେ । ୯ନଂ ୱାର୍ଡର ନୁଆଁ ସାହିରେ ଥିବା ଶୈାଚାଳୟ ଓ ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟକୁ ମଧ୍ୟ ତନଖୀ ଦେଖିଥିଲେ । ସେହିପରି ମହବୀର ନଗର ଓ ବିନୋଦ ବିହାର ରେ ଚାଲିଥିବା ମାଇକ୍ରୋକମ୍ପୋଜିଟିଭ ସେଣ୍ଟର (ଏମ.ସି.ସି ) ଏବଂ ମ୍ୟାଟେରିଆଲ ରେକଭରୀ ଫ୍ୟାସିଲିଟି (ଏମ.ଆର.ଏଫ) ସେଣ୍ଟର ର କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ଏହି ପରିଦର୍ଶନ ବେଳେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେବାବୁ ଓ ଏନଏସିର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ