‘ବ୍ରହ୍ମାସ୍ତ୍ର’ ରେ ନଜର ଆସିବେ କିଙ୍ଗଖାନ
(ଯୁଗାବ୍ଦ ନ୍ୟୁଜ)ଫିଲ୍ମ ଦୁନିଆରେ ବହୁ ଦିନ ପରେ କମବ୍ୟାକ କରିବେ କିଙ୍ଗଖାନ । ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ ଶାହାରୁଖ । ଫିଲ୍ମଟି ତିନୋଟି ଭାଗରେ ରିଲିଜ୍ ହେବ। ଏଥିରେ ପୂର୍ବରୁ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନ ଅଭିନୟ କରୁଛନ୍ତି। ଏବେ ଏମାନଙ୍କ ସହ ଯୋଡ଼ି ହେବେ ଶାହାରୁଖ । ବ୍ରହ୍ମାସ୍ତ୍ର ଚଳିତବର୍ଷ କ୍ରିସ୍ମାସ ଅବସରରେ ପରଦାକୁ ଆସିଥାନ୍ତା। ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ବର୍ଷ ଏହାକୁ ରିଲିଜ୍ କରିବାକୁ ନିର୍ମାତାମାନେ ଯୋଜନା କରୁଥିବା ଜଣାପଡ଼ିଛି ।ଫିଲ୍ମ ଜିରୋ ବକ୍ସ ଅଫିସରେ ଭଲ ବ୍ୟବସାୟ ନକରିବା ପରେ ଏସଆରକେ ଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ହାରାସ ଦେଖିବାକୁ ମିଳିଥିଲେ ପୁଣି ଥରେ ‘ବ୍ରହ୍ମାସ୍ତ୍ର’ରେ କମବ୍ୟାକ କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ଏବେ ଦେଖିବାକୁ ବାକି ରହିଛି କେବେ ରିଲଜ ହେବ ‘ବ୍ରହ୍ମାସ୍ତ୍ର’ ।


