ଗଜପତି ପୋଲିସ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ପୋଲିସ ଦ୍ୱାରା ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଏସପି ସାରା ଶର୍ମା ଏହାକୁ ଉଦ୍‌ଘାଟନ କରିଥିଲେ । ରାଣୀପେଣ୍ଠ ଖ୍ରୀଷ୍ଠିୟାନ ଚକ୍ଷୁ ଡାକ୍ତରଖାନା ତରଫରୁ ଅଭିଜ୍ଞ ଚକ୍ଷୁ ଡାକ୍ତର ନିର୍ମଳା ରାଓ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏହି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଶତାଧିକ ଲୋକେ ଏହି ଶିବିରରେ ଚକ୍ଷୁ ଚିକିତ୍ସା କରି ମାଗଣାରେ େଓøଷଧ ପାଇଥିଲେ । ପାରଳା ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ନାୟକ ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ