ବ୍ରେନ୍ ଟ୍ୟୁମର୍ ଆଶଙ୍କା ବଢ଼ାଏ ସ୍ମାର୍ଟଫୋନ୍
ଦିନରେ ଅଧଘଣ୍ଟା ଧରି ଫୋନ୍ରେ ଗପିଲେ ବ୍ରେନ୍ ଟ୍ୟୁମର୍ ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଏହା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଅନିଦ୍ରା ଆଦି ରୋଗ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା କାନ ମଧ୍ୟରେ ଥିବା ମାଂସପେଶୀର ତାପମାତ୍ରା ବଢ଼ିବା ସହିତ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏଭଳି ଲାଗି ରହିଲେ ୧୦ ବର୍ଷ ପରେ ବ୍ରେନ୍ ସେଲ୍ରେ ପରିବର୍ତ୍ତନ ଘଟି ଅଯଥା କୋଷ ବିଭାଜନ ହୋଇ ଟ୍ୟୁମର ହେବାର ଆଶଙ୍କା ରହିଥାଏ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଛୋଟ ପିଲାଙ୍କ ଉପରେ ସ୍ମାର୍ଟଫୋନ୍ର ଅଧିକ ଖରାପ ପ୍ରଭାବ ପଡ଼ିଥାଏ ।


