ଆଧାର କାର୍ଡ ନ ଥିଲେ ମନ୍ଦିର ଯିବା ମନା

ମହୀଶୂର:ଆଧାର କାର୍ଡ ନ ଥିଲେ କର୍ଣ୍ଣାଟକ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଥିବା ମା’ ହୁଲିୟମ୍ମା ବେଟାଙ୍କ ଦର୍ଶନ କରିବାକୁ ଅନୁମତି ମିଳେନାହିଁ । ଜଙ୍ଗଲ ଆଖପାଖରେ ରହୁଥିବା ଲୋକମାନେ ମା’ଙ୍କ ପାଖକୁ ଗଲାବେଳେ ବନ ବିଭାଗ ଯାଞ୍ଚର ସମ୍ମୁଖୀନ ହୁଅନ୍ତି । ଆଧାରକାର୍ଡ କିମ୍ବା ଏହାର ଫଟୋକପି ନ ଦେଖାଇଲେ ସେମାନଙ୍କୁ ଜଙ୍ଗଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏନାହିଁ । ଲୋକମାନେ ଜଙ୍ଗଲର ଗୋଟିଏ ପାଖରେ ରହୁଥିବାବେଳେ ମା’ ହୁଲିୟମ୍ମା ବେଟାଙ୍କ ମନ୍ଦିର ଜଙ୍ଗଲ ଆର ପାଖରେ ରହିଛି । ଏଣୁ ସ୍ଥାନୀୟ ଲୋକମାନେ ସେଠାକୁ ଯିବା ପାଇଁ କମ୍ ଦୂରତାର ଜଙ୍ଗଲିଆ ରାସ୍ତା ଜାଣିଛନ୍ତି । ବିଭିନ୍ନ ଅଞ୍ଚଳରୁ ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ସାଥିରେ ବନ ବିଭାଗର କର୍ମ·ରୀ ବି ଯାଆନ୍ତି । ଜଙ୍ଗଲରେ ବାଘ ଆକ୍ରମଣର ଆଶଙ୍କା ରହିଥିବାରୁ ଲୋକମାନଙ୍କ ଉପରେ ବନବିଭାଗ କର୍ମ·ରୀମାନେ ସତର୍କ ଦୃଷ୍ଟି ରଖିଥାନ୍ତି । ଲୋକମାନେ ମଙ୍ଗଳବାର ଓ ଶୁକ୍ରବାର ମା’ଙ୍କୁ ଦର୍ଶନ କରିବା ପାଇଁ ଦିନରାତି ·ଲିଥାନ୍ତି । ସେଠାରେ ମା’ଙ୍କୁ ମାଂସଭୋଗ ଲଗାଇବାର ବିଧି ରହିଛି । ଲୋକମାନେ ମା’ଙ୍କୁ ପୂଜା କରିବା ସହ ଛେଳି, ମେଣ୍ଡା ଓ କୁକୁଡା ବଳି ଦେବା ପରେ ତାହାକୁ ଜଙ୍ଗଲରେ ଫିଙ୍ଗିଦିଅନ୍ତି । ବାଘ ତାହାକୁ ଖାଇବା ପାଇଁ ଆସି ଲୋକଙ୍କୁ ଆକ୍ରମଣ କରନ୍ତି । ଏହି କାରଣରୁ ମା’ଙ୍କ ଦର୍ଶନ ପାଇଁ ପ୍ରତିବନ୍ଧକ ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ