ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରି ଜିଲା ପ୍ରଶାସନ ସହାୟତାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆୟୋଜକ ରେ ଓଡିଶା ଜୀବିକା ମିଶନ ସହଯୋଗରେ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଚିତ୍ରକୋଣ୍ଡା ଅଞ୍ଚଳ ରେ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମାନଙ୍କର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅବସରରେ ତାଲିମ ଦିଆଯିବା ସହ ମାଟ୍ରିକ ପରୀକ୍ଷା ପରେ ଛାତ୍ର ଛାତ୍ର ପାସ କଲା ପରେ ବିଭିନ୍ନ ଭବିଷ୍ୟତ ଦିଗ ଗୁଡ଼ିକ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯିବା ସହ ଫେଲ ହେଇଥିବା ଛାତ୍ର ଛାତ୍ରୀ ମାନେ କିଭଳି ନିରାଶ ନହୋଇ ବିଭିନ୍ନ ତାଲିମ ନେଇ ରୋଜଗାର କରି ନିଜର ଭବିଷ୍ୟତ ତିଆରି କରିପାରିବେ ସେ ସମ୍ବଦ୍ଧରେ ସଚେତନ କରାଯିବା ସହ +୨ ଏବଂ ବିଏ ପାଠ ପଢ଼ି ସାରି ଚାକିର ନାହିଁ ବୋଲି ନିରାଶ ହୋଇ ଛାତ୍ର ଛାତ୍ରୀ ମାନେ ବେକାର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ବିଭିନ୍ନ ତାଲିମ ନେଇ ନିଜ ଭବିଷ୍ୟତ ପନ୍ଥା ଆପେନେଇ ନିଯୁକ୍ତି ସୁଯୋଗ ପାଇ ଭବିଷ୍ୟତ ଗଢ଼ି ତୋଳିବା କୁ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମାଧ୍ୟମରେ ଦଶମ ଶ୍ରେଣିର ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା l


