ସାମ୍ବାଦିକଙ୍କ ବଦ୍ୟନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ବୁଲା କୁକୁରର ଆକ୍ରମଣରେ ଛଟପଟ ହେଉଥିବା ଏକ କୁକୁଡ଼ାକୁ ଉଦ୍ଧାର କଲେ ଜଣେ ସାମ୍ବାଦିକ କରି ନିଜର ବଦନ୍ୟତାର ପରିଚୟ ପ୍ରଦଶନ କରିଥିଲେ .ସତ ଚେଷ୍ଟା ପରେ ମଧ୍ୟ କୁକୁଡ଼ାଟି ଅତ୍ୟନ୍ତ ଗୁରୁତର ହୋଇଥିବା ଯୋଗୁଁ ମୃତ୍ୟୁବରଣ କରିଥିଲା. ଏହି ଘଟଣାଟି ଅଞ୍ଚଳବାସୀ ଓ ଦେଖାନାହାରୀଙ୍କୁ ବ୍ୟଥିତ କରିଥିଲା. ଗତ ୧୯ ତାରିଖ ଦିନ ଘଟଣାଟି ପାରଳାଖେମୁଣ୍ଡି ସହରରେ ଘଟିଥିଲା. ପାରଳାଖେମୁଣ୍ଡି ସହରର ଜଣେ ସାମ୍ବାଦିକ ହରିହର ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି. ହରିହର କୌଣସି କାମରେ ଯାଉଥିବା ବେଳେ ସ୍ଥାନୀୟ ନୀଳାମା ମନ୍ଦିର ନିକଟରେ ଏକ କୁକୁର ଗୋଟିଏ କୁକୁଡ଼ାକୁ ନିଜର ଶିକାର କରିବା ପାଇଁ ଉଦ୍ୟମ କରୁଥିଲା. ଏହାକୁ ଦେଖିବା ପରେ ହରିହର କୁକୁରକୁ ଘଉଡ଼ାଇ ତା ମୁହରୁ କୁକୁଡ଼ାକୁ ଉଦ୍ଧାର ପ୍ରୟାସ କରିଥିଲେ. କୁକୁଡ଼ାକୁ ପାଣି ଦେଇଥିଲେ. ମାତ୍ରା କୁକୁଡ଼ାଟି ବଞ୍ଚିନଥିଲା. ଏହାପରେ ସେ ତାହାକୁ ନେଇ ପୋତି ଦେଇଥିଲେ. ହରିହର କହିଛନ୍ତି ଯେକୌଣସି ଜୀବକୁ ବଞ୍ଚାଇବା ପାଇଁ ପ୍ରଥମେ ପ୍ରୟାସ କରିବା ଜରୁରୀ. ତେଣିକି ଫଳ ଭଗବାନଙ୍କ ହାତରେ. ପ୍ରତେକ ବ୍ୟକ୍ତିଙ୍କ ଏଭଳି ଜୀବେ ଦୟା ମନୋବୃତ୍ତି ରହିବା ଆବଶ୍ୟକ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ