ଜଳସେଚନ ବିଭାଗ କଲୋନୀ ଉଦ୍ୟାନ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଏକ କଲୋନୀ ଉଦ୍ୟାନ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଛନ୍ତି ।ଜଳସେଚନ ବିଭାଗ ପକ୍ଷରୁ ୨୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ , ଆକର୍ଷଣୀୟ ଉଦ୍ୟାନ ନିର୍ମାଣ କରାଯାଇଛି।ଏପରି କାର୍ଯ୍ୟ ପାଇଁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଅଧିକାରୀ ଙ୍କୁ ପ୍ରଶଂସା କରିବା ସହିତ ନବ ନିର୍ମିତ ଉଦ୍ୟାନ କୁ ବୁଲି ଦେଖିଥିଲେ ଓ ବିଭାଗୀୟ ଅଧିକାରୀଙ୍କ ସହ ଫଟୋ ଉଠାଇଥିଲେ।ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ ,ଅଧିକ୍ଷଣ ଯନ୍ତ୍ରୀ ଶଶିଭୂଷଣ ମିଶ୍ର ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାସ ,ସହକାରୀ ଯନ୍ତ୍ରୀ ହେମାମାଳିନୀ ପତି ,ଲମ୍ବୋଦର ପାଢ଼ୀ ,କୃପାସିନ୍ଧୁ ପ୍ରଧାନ,ଉମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଜଳସେଚନ ବିଭାଗ ପକ୍ଷରୁ ମନ୍ତ୍ରୀ ଶ୍ରୀ ଦାଶ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ଉଦ୍ୟାନ ରେ ଜଳସେଚନ ବିଭାଗର ଅଧିକାରୀ ମାନଙ୍କ ପରିବାର, କୁନି ପିଲା ଓ ସ୍ଥାନୀୟ ଅଞ୍ଚଳ ର ପରିବାର ଗୁଡ଼ିକ ମନୋରଞ୍ଜନ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ