ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ନୂଆସାହି ସ୍ଥିତ ପାଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିଗୁଡ଼ା ବ୍ଲକ୍ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଗଣ, ପାଟଖଣ୍ଡା ଉଚ୍ଚ ବିଦ୍ୟାପିଠର ପ୍ରଧାନ ଶିକ୍ଷୟିତ୍ରୀ, ବିଦ୍ୟାଳୟ ସଭାପତି ଓ ବିଦ୍ୟାଳୟର ପ୍ରତିଷ୍ଠାତା ବିଜୟ କୁମାର ଖଣ୍ଡଗିରି ପ୍ରମୁଖ ଉପସ୍ଥିତ ଥିଲେ। ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ର ୮୭ ଜଣ କୁନି କୁନି ବୈଜ୍ଞାନିକ ୫ଟି ବିଷୟ ର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡିୟ ବନାଧିକାରୀ ବିଶ୍ୱରାଜ ପଣ୍ଡା, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ କୁର୍ତମଗଡ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀ, ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ଲକ୍ଷ୍ମୀ ପୁଷ୍ଟି ବିଚାରକ ଭାବେ ଉପସ୍ଥିତ ରହି ୫ଟି ବିଷୟ ରୁ ୫ଜଣ କୁନି ବୈଜ୍ଞାନିକ ଦିନବନ୍ଧୁ ସେଠୀ, ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ବାଲିଗୁଡ଼ା, ସୋନାଲି ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଲିଗୁଡ଼ା, ସୁମିତ କୁମାର ପାତ୍ର, କଡଗାବାଲି ଉପ୍ରା ବିଦ୍ୟାଳୟ, ଆଦିତ୍ୟ ପାତ୍ର ଓଏଭି ଦଣ୍ଡପଦର, ବାଲିଗୁଡ଼ା, ରଶ୍ମି ରଞ୍ଜନ ଧଳ, ଲଣ୍ଡାଗାଁ ହାଇସ୍କୁଲ ଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଏବିଇଓ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ