ବ୍ୟାଙ୍କ ଗୁଡିକ ସକାଳ ୮ ଟା ଠାରୁ ଦିନ ୨ ଟା ପର୍ଯ୍ୟନ୍ତ ଚାଲୁ ରହିବ : ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ତଥ୍ୟ , ଆକ୍ଟିଭ୍ କଣ୍ଟାକ୍ଟ ତଥ୍ୟ,ସ୍ବାବ୍ ସଂଗ୍ରହ ତଥ୍ୟ, କେତେଜଣ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ତଥ୍ୟ, ହାଇରିସ୍କ ତଥ୍ୟ ଗୁଡିକ ସଠିକ ପ୍ରଦାନ ଦିଗରେ ଗୁରୁତ୍ବ ଦେବାକୁ ଜଣାଇଥିଲେ । ସଚେତନତା ଓ କୋଭିଡ୍ ପରିଚାଳନା ଦିଗରେ ସରପଞ୍ଚ ମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ଗତ ୩୦ ଜୁନ୍ ମଧ୍ୟରେ ଚାଲୁ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ବନ୍ଦ କରାଯାଇ ନୂତନ ଭାବେ ଗଠନ ହୋଇଥିବା କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିବାକୁ ଜଣାଇଥିଲେ । ଗ୍ରାମାଞ୍ଚଳ ଜନ ସାଧାରଣ ସରପଞ୍ଚ ମାନଙ୍କ ପରାମର୍ଶ ଗ୍ରହଣ କଲେ ସେମାନଙ୍କ ଅଞ୍ଚଳ କୋଭିଡ୍ ମୁକ୍ତ ହୋଇପାରିବ । ସହରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ କୋଡିଏ ଗୋଟି ଶଯ୍ୟା ବିଶିଷ୍ଟ କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ । ସମ୍ପ୍ରତି ଆକ୍ଟିଭ୍ କଣ୍ଟାକ୍ଟ ଟ୍ରେସିଂ କରିବା ଅତି ଜରୁରୀ ବିଷୟ । ବ୍ଲକ୍ ସ୍ତରୀୟ ସ୍ବାବ୍ ସଂଗ୍ରହ ବୃଦ୍ଧିକରି ବାକୁ ପରାମର୍ଶ ଦେଇଥିଲେ । ଅପରାହ୍ନ ୪ ଟା ପରେ ସମସ୍ତ ଦୋକାନ ଯେମିତି ବନ୍ଦ ହେବ ସେଥିପ୍ରତି କଡି ନଜର ରଖିବାକୁ ଜଣାଇଥିଲେ । ଦୋକାନ ସମ୍ମୁଖରେ ବ୍ୟାରିକେଡ୍ ବ୍ୟବସ୍ଥା, ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା, ଦୋକାନୀ ଗ୍ଲୋବସ୍ ପିନ୍ଧିବା, ମାସ୍କ ନାହିଁ ତ ସାମଗ୍ରୀ ପୋଷ୍ଟ ଲଗାଇବା, କେଉଁ ମାନଙ୍କୁ ସାମଗ୍ରୀ ବିକ୍ରି କଲେ ତାର ତଥ୍ୟ ରଖିବା ଇତ୍ୟାଦି ବିଷୟ ନେଇ ଅବମାନନା କରୁଥିବା ଦୋକାନ ବନ୍ଦ ହେବ । ଗାଁ ଗହଳିରେ ଏକାଠି ବସି ତାସ ଖେଳିବା ନଜର ଆସୁଛି । ସେମାନେ କୋଭିଡ୍ ଆଇନ୍ ର ଉଲଂଘନ କରୁଥିବା ହେତୁ ସେମାନଙ୍କୁ କଣ୍ଟେନମେଣ୍ଟ ସେଣ୍ଟରରେ ରଖାଯିବାପାଇଁ ସତର୍କ କରାଇଦିଆଯାଛି । ପନିପରିବା ବଜାର ବନ୍ଦ କରି ସାହିସାହିରେ ବିକ୍ରି କରିବା ଉପରେ ପୁଣିଥରେ ଗୁରୁତ୍ବ ଦିଆଯାଇଥିଲା । ମାଛ ବେପାରୀମାନେ ମାଛବିକ୍ରି କଲା ବେଳେ ବାରିକେଡ୍ କରି ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ଯୋଦ୍ଧା ମାନଙ୍କର ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାପାଇଁ ପରାମର୍ଶ ଦେଇଥିଲେ । ଭିଡିଓ କନଫରେନ୍ସିଂ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି. ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍. ଜଗଦିଶ ପଟ୍ଟନାୟକ,ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ