ଯୁବ ସମାଜସେବୀ ମୁନା ପ୍ରହାରାଜଙ୍କ ଏକାଦଶାହରେ ତାଙ୍କ ପରିବାରକୁ ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ୧୭,୬୫୦ ଟଙ୍କା ସହାୟତା ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ବାଇଦାପୋଷୀ ଗ୍ରାମର ଯୁବ ବ୍ୟବସାୟୀ ଓ ସମାଜସେବୀ ମୁନା ପ୍ରହରାଜଙ୍କ ଏକାଦଶାହରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ’ବାମନଘାଟୀ ବ୍ରାହ୍ମଣ ସମାଜ’ତରଫରୁ ତାଙ୍କର ମାତାଙ୍କୁ ତ ଙ୍କ ଘରେ ଆଜି ୧୭,୬୫୦ ଟଙ୍କାର ଅର୍ଥରାଶୀ ସଂଗଠନର ସଭାପତି ରାଇରଙ୍ଗପୁର ଓକିଲ ସଂଘର ପୂର୍ବତନ ସଭାପତି ପ୍ରଭାସ କବିଙ୍କ ନେତୃତ୍ୱବରେ ପ୍ରଦାନ କରାଯାଇଛି ।ଏହି ସାମାଜିକ କାର୍ଯ୍ୟରେ ତାଙ୍କ ସହିତ ସଂପାଦକ ଶୁଶାନ୍ତ ଶର୍ମା,ଜୟକୃଷ୍ଣ ଦାସ,ସତ୍ୟ ରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ମୁନା ପ୍ରହରାଜ ଜଣେ ବ୍ୟବସାୟୀ ଥିଲେ ମଧ୍ୟ ବିଭିନ୍ନ ସାମାଜିକ ଅନୁଷ୍ଠାନ ହହିତ ଜଡିତ ଥିଲେ ।ତାଙ୍କର ସ୍ବର୍ଗତ ପିତା ଚିତ୍ତ ପ୍ରହରାଜ ଜଣେ ବିଜୁ ଜନତାର ସଂଗଠକ ଥିଲେ । ସ୍ବର୍ଗତ ମୁନା ଜଣେ ମିଷ୍ଟଭାଷୀ,ମେଳାପି ଓ ପରୋପକାରୀ ଯୁବକ ଥିଲେ ।ତାଙ୍କ ମୃତ୍ୟୁରେ ବ୍ରାହ୍ମଣ ସମାଜ,ରାଇରଙ୍ଗପୁର ଯୁବକ ସଂଘ ପକ୍ଷରୁ ଶୋକ ପ୍ରକାଶ ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ