ଦୁଇ ଜୁଆ ଆଡ୍ଡାରେ ଚଢ଼ାଉ; ନଗଦ୨୭,୧୨୦ ଟଙ୍କା, ୧୦ ମୋବାଇଲ୍, ତାସ୍ ଜବତ- ୧୬ ଜୁଆଡି ଗିରଫ
ଗାଙ୍ଗପୁର, (ସନ୍ତୋଷ ବିଷୋୟୀ): ରାତି ପାହିଲେ କୁମାର ପୂର୍ଣ୍ଣମୀ I ଏହିଭଳି ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଗତ କାଲି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏହି ଥାନା ଅନ୍ତର୍ଗତ ମଶାଣିଭାଗ ଏବଂ ଖଣ୍ଡରାବଳୀ ଗ୍ରାମରେ ଚାଲିଥିବା ଦୁଇ ଜୁଆ ଆଡ୍ଡା ଉପରେ ଚଢାଉ କରି ଉଭୟ ଜୁଆ ଆଡ୍ଡାରୁ ମୋଟ ୨୭,୧୨୦ ଟଙ୍କା ସହ ଦଶଟି ମୋବାଇଲ୍ ଏବଂ ତାସ ଜବତ କରିବା ସହ ୧୬ ଜୁଆଡିଙ୍କୁ ଗିରଫ କରିଛି I ମଶାଣିଭାଗରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ପୋଲିସ୍ ଛଅ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୨୨୦ ଟଙ୍କା ସହିତ ଗୋଟିଏ ମୋବାଇଲ୍ ଏବଂ ତାସ୍ ଜବତ କରିଥିଲା ବେଳେ ଖଣ୍ଡରାବଳୀ ଗ୍ରାମର ଜୁଆ ଆଡ୍ଡାରୁ ଦଶ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୮,୯୦୦ ଟଙ୍କା ସହ ନଅଟି ମୋବାଇଲ୍ ଏବଂ ତାସ୍ ଜବତ କରିଥିବା ସୂଚନା ମିଳିଛି I ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର୍ ୩୦୯/୨୦ ଏବଂ ୩୧୦/୨୦ରେ ଦୁଇଟି ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି I


