ଭରତପୁର ପଂଚାୟତରେ ବୃକ୍ଷରୋପଣ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭରତପୁର ଗ୍ରାମର ଫୋରପୋଲ ଛକ ଠାରୁ ଭରତପୁର ଗ୍ରାମ୍ୟ ରାସ୍ତାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ.ଜି.ଏନ.ଆର.ଇ.ଜି.ଏସ.)ରେ ଲିିମ୍ବ, କଦମ୍ବ, କରଞ୍ଜ, ପିଜୁଳି, ଆକାଶୀ, ଶାଗୁଆନ, ଅଶୋକ ପ୍ରଭୃତି ବୃକ୍ଷର ଚାରା ରୋପଣ କରାଯାଇଛି।ଏହି ଉପଲକ୍ଷେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ସୁଧିର କୁମାର ସିଂ ଓ ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟେର ପ୍ରମୋଦ କୁମାର ମଲ୍ଲିକ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ଧୂପ, ଦୀପ, ଦୁବ ଓ ଫୁଲ ପ୍ରଦାନ କରାଯାଇ ଚାରାଗଛ ଗିକୁ ପୂଜା କରାଯାଇଥିଲା।ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟେର ଶ୍ରୀ ମଲ୍ଲିକ ଏହି ଚାରାଗଛ ଗୁଡିକୁ ବଂଚାଇ ରଖିବା ନିମନ୍ତେ ପ୍ରୟାସ ଜାରି ରଖିବାକୁ ସରପଂଚଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଡିଓ ଶ୍ରୀ ସିଂ ଓ ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟେର ଶ୍ରୀ ମଲ୍ଲିକଙ୍କୁ ପଂଚାୟତ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନାକର ରାଉତ, ବିଜୟ କୁମାର ଦାସ, ଶାରଦା ପ୍ରସନ୍ନ ରାଉତ, ଶକ୍ତି ପ୍ରସାଦ ମହାନ୍ତି, କଲ୍ୟାଣୀ ମହିଳା ମହା ମଣ୍ଡଳର ସମ୍ପାଦିକା ରାଜଲକ୍ଷ୍ମୀ ପଣ୍ଡା, ନିରୂପମା ମହାନ୍ତି, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମଲ୍ଲିକ, ରଞ୍ଜନ କୁମାର ସେଠୀ, ଶ୍ରୀଧର ମହାନ୍ତି, ବରଦାକାନ୍ତ ଚୈାଧୁରୀ, କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ