ଭର୍ଚୁଆଲ ବୈଠକରେ ପିଏମଜିଏସୱାଇ -୩ ଅନୁମୋଦନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା-୧ ଏବଂ୨ ର ସଫଳ ରୂପାୟନ ପରେ ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା-୩ ର କାର୍ଯ୍ୟକାରିତା ଓ ଅନୁମୋଦନ ସମ୍ପର୍କରେ ଭର୍ଚୁଆଲ ମୋଡ଼ରେ ଜିଲ୍ଲାର ହିଞ୍ଜିଳି ବ୍ଲକ ସମେତ ବିଭିନ୍ନ ବ୍ଲକରେ ଶୁକ୍ରବାର ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଛତ୍ରପୁର ସଦର ମହକୁମା ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପିଡ଼ି ସିନ୍ଧେ ଦତ୍ରାତ୍ରେୟ ଭାଉ ସାହେବ,ଗଞ୍ଜାମ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ଜେନା, ବ୍ରହ୍ମପୁର ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଇଂ ରାମକୃଷ୍ଣ ମହାରଣା ଙ୍କ ସମେତ ଜିଲ୍ଲାର ୨ ସାଂସଦ, ମନ୍ତ୍ରୀ, ବିଧାୟକ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳିବ୍ଲକ ପରିସରରେ ଭର୍ଚୁଆଲ ମୋଡ଼ରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ହିଞ୍ଜିଳିକାଟୁ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢୀ, ସହକାରୀ ଯନ୍ତ୍ରୀ ଇଂ ସରୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ଅଜିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ପିଏମଜିଏସୱାଇ-୩ ରେ ଗ୍ରାମ୍ୟ ଉନ୍ନତିକରଣ ଏବଂ ସମ୍ପ୍ରସାରଣ ପାଇଁ ଉଦ୍ଧିଷ୍ଟ ନିର୍ଦ୍ଦେଶାବଳୀ, ଆବଶ୍ୟକ ପଦକ୍ଷେପ , ଯୋଗ୍ୟ ବିବେଚିତ ହେଉଥିବା ରାସ୍ତାର ବୈଶିଷ୍ଟ୍ୟ ଏବଂ ମଞ୍ଜୁରୀ ଅର୍ଥ ରାଶି ଆଦି ଅନୁମୋଦନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ଓଡ଼ିଶା ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ NRIDA ଅନୁଯାୟୀ ଜିଲ୍ଲାର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ମୁଖ୍ୟ ଜିଲ୍ଲା ରାସ୍ତାକୁ ବାଦ ଦେଇ ଗ୍ରାମ୍ୟ ସଡକ ରାସ୍ତାର ସଫଳ ରୂପାୟନ ନିମନ୍ତେ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଥିବାରୁ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ