ଭଲରେ ଶୁଅନ୍ତି ଭାରତୀୟ
ସାରା ବିଶ୍ୱରେ କେଉଁ ଦେଶର ଲୋକେ ରାତିରେ ଭଲରେ ଶୋଉଛନ୍ତି ଯଦି ପ୍ରଶ୍ନ ପଚରାଯାଏ ତେବେ ଭାରତୀୟଙ୍କ ନାଁ ପ୍ରଥମରେ ଆସିବ । ଏହା ପଛକୁ ସାଉଦି ଆରବ ଓ ତା\’ ପଛକୁ ରହିଛି ଚାଇନା । ଫିଲିପ୍ସ ପକ୍ଷରୁ ଗ୍ଲୋବାଲ୍ ମାର୍କେଟ ରିସର୍ଚ୍ଚ ଫାର୍ମ କେ.ଜେ.ଟି ଦ୍ୱାରା କରାଯାଇଥିବା ଏକ ଅନ୍ଲାଇନ ସ୍ଲିପ୍ ସର୍ଭେରୁ ଏହା ଜଣାପଡିଛି । ୧୨ଟି ଦେଶର ୧୮ ଓ ଏହାଠାରୁ ବେଶି ବର୍ଷ ବୟସର େଲୋକମାନଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଦକ୍ଷିଣ କୋରିଆରେ ସବୁଠାରୁ ବେଶି ଲୋକ ଭଲରେ ଶୋଇପାରନ୍ତିନାହିଁ ଓ ଏହା ପଛକୁ ରହିଛି ଜାପାନ । ପ୍ରତିଦିନ ୮ ଘଣ୍ଟା ଶୋଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିବାବେଳେ କେବଳ ସାପ୍ତାହିକ ଛୁଟିରେ ଏହାଠାରୁ ବେଶି ସମୟ ଶୋଉଥିବା ଜଣାପଡିଛି । ଏହି ସର୍ଭେରେ ସ୍ୱଷ୍ଟ କରାଯାଇଛି ଯେ, କାନାଡା ଓ ସିଙ୍ଗାପୁରରେ ବିଷାଦ ଓ ବ୍ୟସ୍ତତା ଯୋଗୁ ଶୋଇବାରେ ବ୍ୟାଘାତ ଘଟୁଛି । ସର୍ଭେରେ ଆଉ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଇଛି ଯେ, ୩୫ ପ୍ରତିଶତ ମହିଳା ଘୁଙ୍ଗୁଡିି ମାରୁଥିବା ସ୍ୱାମୀଙ୍କ ପାଖରେ ବେଳେବେଳେ ନିଦରେ ଶୋଇପାରନ୍ତି କିମ୍ବା ସେମାନଙ୍କୁ ଆଦୌ ନିଦ ହୁଏ ନାହିଁ । ୬୭ ପ୍ରତିଶତ ଲୋକଙ୍କର ରାତିରେ ଥରେ ନିଦ ଭାଙ୍ଗେ ବୋଲି ସର୍ଭେରୁ ଜଣାପଡିଛି । ଏହା ମଧ୍ୟ କୁହାଯାଇଛି ଯେ, ଆମେରିକାରେ ୩୦ ପ୍ରତିଶତ ଓ ଭାରତରେ ୩୬ ପ୍ରତିଶତ ବୟସ୍କ ପେଟ୍ ସହ ଶୋଇବାକୁ ଭଲପାଆନ୍ତି ।


