ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ ଅନୁଷ୍ଠିତ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ର୍ରୀୟ ଏକତା ଦିବସ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଦେଶର ଏକତା ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ଯଥାସାଧ୍ୟ ଊଦ୍ୟମ କରିବାକୁ ଊପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ । ଲୈାହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶିତାପୂର୍ଣ୍ଣ କାର୍ଯ୍ୟକୁ ପୁନଶ୍ଚ ସମ୍ଭବ କରିବାକୁ ତାଙ୍କ ଜନ୍ମ ତିଥିରେ ଏହି ଶପଥ ପାଠ କରାଯାଇଥିଲା । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଳ୍ାପାଳ ଅନୁପ କୁମାର ବେହେରା, ସୁଭଦର୍ଶନ ମିଶ୍ର. ତିଳୋତ୍ତମା ପୃଷ୍ଟି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ମୁଖ୍ୟ କିରାଣୀ ରଜନୀକାନ୍ତ ସାହୁ, ଲକ୍ଷ୍ମୀଧର ସଏ, ସୁଧାକର ପ୍ରଧାନ, କର୍ମଚାରୀ ପ୍ରଭାତ କୁମାର ପଣ୍ଡା, ନିତ୍ୟାନନ୍ଦ ନାୟକ, ସତ୍ୟଜିତ୍ ନାୟକ ପ୍ରମୁଖ ଯୋଗଦେଇ ଶପଥ ପାଠ କରିଥିଲେ ।


