ଭାଗଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣନ୍ତିଆ ଓ ପଳସିଂହା ପଞ୍ଚାୟତର ଚାଷୀମାନେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ତାହାର କ୍ଷତିପୁରଣ ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରାଯିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଭାଗ ଚାଷୀମାନଙ୍କୁ ଚିହ୍ନଟ କରାଯାଇ କ୍ଷତିପୁରଣ ପ୍ରଦାନ କରାଯିବା, ଏକର ପିଛା ୨୦ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରାଯିବା ପାଇଁ ଉଭୟ ପଞ୍ଚାୟତର ଚାଷୀମାନଙ୍କ ପକ୍ଷରୁ ନନ୍ଦ କିଶୋର ମଲିକ, ଧରଣୀଧର ମଲିକ, ବିଦ୍ୟାଧର ମଲିକ, ଗୋବିନ୍ଦ ମଲିକ, ପହଲା ମଲିକ, କେଶବ ଚନ୍ଦ୍ର ମଲିକ, ମଙ୍ଗୁଳି ମଲିକ, ବାବାଜୀ ଚରଣ ମଲିକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।


