ତନାର ଗ୍ରାମ୍ୟ ରାସ୍ତା କାର୍ଯ୍ୟ ଉନ୍ନତମାନର କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ କୋରୋ ପଞ୍ଚାୟତର ତନାର ଗ୍ରାମର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ପାଳକଣା ଗ୍ରାମର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜଣାଇଛନ୍ତି ଯେ ତନାର ଆର.ଡି. ରାସ୍ତା ନିକଟରୁ ସରସ୍ୱତୀ ଛକ ପର୍ଯ୍ୟନ୍ତ ରାସ୍ତାର ଅଂଶ ଦୀର୍ଘଦିନ ହେବ ଗମନାଗମନ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ସେହି ରାସ୍ତା ନିର୍ମାଣ ପାଇଁ ଏକ ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ସେହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ନିର୍ବାହ କରିବା ପାଇଁ ସ୍ଥାନୀୟ ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରାଯିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସେହି କାର୍ଯ୍ୟ ଅନ୍ୟ କୌଣସି ଠିକାଦାରଙ୍କ ଦ୍ୱାରା ନିର୍ବାହ କରାଗଲେ ତାହା ସଠିକ ଭାବରେ ଓ ଉନ୍ନତମାନର କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଗ୍ରାମବାସୀମାନଙ୍କ ପକ୍ଷରୁ ମଳୟ କୁମାର ସାହୁ, ଶରତ କୁମାର ସାମଲ, କରୁଣାକର ସାହୁ, ଜୟଶ୍ରୀ ମଲିକ, ନିରଞ୍ଜନ ମଲିକ, ସୁଶାନ୍ତ ବେହେରା, ସନ୍ତୋଷ ବେହେରା, ଭରତ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ବେହେରା, ସନାତନ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ