ଫୋରମ ଫର ଗଞ୍ଜାମର ସାଧାରଣ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଫୋରମ ଫୋର ଗଞ୍ଜାମ ଅନୁଷ୍ଠାନର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ପରିସର ମଧ୍ୟରେ ଫୋରମ ସଂଯୋଜକ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ସିଟି ହସ୍ପିଟାଲର ବିଭିନ୍ନ ସମସ୍ୟା ସଂପର୍କରେ କଲେଜ ଅଧ୍ୟକ୍ଷ, ପରିଚାଳକ , ଜିଲ୍ଲାପାଳଙ୍କୁ ଅବଗତ କରାଇବା ଦ୍ୱାରା କେତେକାଂଶରେ ସମସ୍ୟାର ସମାଧାନ ହୋଇଥିଲେ ମଧ୍ୟ ଆହୁରି ଅନେକ ସମସ୍ୟା ରହିଥିବାରୁ ରୋଗୀମାନେ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଆଇଜର ଅନୁଷ୍ଠାନର ଭିତ୍ତିଭୂମି ଓ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁଦାନ ମଞ୍ଜୁରୀ କରିଥିଲେ ମଧ୍ୟ ପରିବେଶ ଅନୁମତି ପତ୍ର ନମିଳିବାରୁ ନିର୍ମାଣ ଅଗ୍ରଗତି ହୋଇପାରୁନଥିବା ଆଲୋଚନା କୁରାଯାଇଛି । ମହାନଦୀ ବଞ୍ଚାଅ ଆନ୍ଦୋଳନର ପରିସର ବୃଦ୍ଧି ପାଇଁ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ପ୍ରସ୍ତାବକୁ ଗ୍ରହଣ କରାଯାଇ ଦକ୍ଷିଣ ଓଡିଶାର ନଦୀଗୁଡିକୁ ସାମିଲ କରାଯାଇଛି । ପରିବେଶ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ।


