ଭାତ-ଆଳୁସିଝାରେ କଟୁଛି ଦିନସହଯୋଗର ହାତ ବଢାଇଲା ଲାୟନ୍ସ ଇଣ୍ଟରନ୍ୟାସନାଲ

ଭୁବନେଶ୍ୱର,(ୱାଇଏନ୍ଏସ୍): ରାତି ପାହିଲେ ଖଟିଲେ ଚୁଲି ଜଳେ । ହେଲେ ଏବେ କରୋନା ଯେମିତି ହାତ ବାନ୍ଧି ଦେଇଛି । ସେଥିରେ ଛଟପଟ ହେବା ହିଁ ସାର ହୋଇଛି । ଛୁଆ ପିଲାଙ୍କ ପେଟକୁ ଦୁଇଓଳା ଦୁଇମୁଠା ଦାନା ଯାଉନି । ଜୀବନ ଦୁର୍ବିସହ ହୋଇପଡ଼ିଛି । ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଛି । ଦୈନିକ କାମଧନ୍ଦା ଠିକ୍‌ରେ ମିଳୁନଥିବାରୁ ଦୁôଃଖରେ ଦିନ କାଟୁଛନ୍ତି ଛତାବର ପଞ୍ଚାୟତ କନ୍ଦଳେଇ ଆଦିବାସୀ ପଲ୍ଲୀର ଗ୍ରାମବାସୀ । ଗାଁଟି ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ । ପଲ୍ଲୀରେ ରହୁଥିବା ୪୬ଟି ପରିବାର କୋହ୍ଲ ସମ୍ପ୍ରଦାୟର । ସମସ୍ତେ ଦାରିଦ୍ର‌୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ । ଗ୍ରାମର ଅନେକ ମୂଲ ଲାଗିବା ପାଇଁ ଆଖପାଖ ଗାଁକୁ ଯାଇଥାନ୍ତି । ଗତ ୯ ମାସ ହେଲା କାମଧନ୍ଦା ଅଭାବରୁ କାମ ବି ମିଳୁନି । ବଜାର ମାନ୍ଦା ଅବସ୍ଥା ଯୋଗୁଁ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ପାଇଁ ସମସ୍ୟା ସୃଷ୍ଟି ହେଉଛି । ଭାତ, ଆଳୁ ସିଝାରେ କଟୁଛି ଦିନ । ତରକାରୀ ସତେ ଯେମିତି ସାତ ସପନ ପାଲଟି ଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ରାମର ବିକାଶ ନେଇ କାର୍ଯ୍ୟ ଜାରି ରଖିଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଲାୟନ୍ସ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରତି ପରିବାରକୁ ଡ଼ାଲି, ଚାଉଳ, ସାବୁନ, ସାନିଟାଇଜର, ମାକ୍ସ ଇତ୍ୟାଦି ସାମଗ୍ରୀ ଯୋଗାଇ ଦିଆଯାଇଛି । ଲାୟନ୍ସ କ୍ଲବ ଭୁବନେଶ୍ୱର, ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଲାୟନ ରାମ ପ୍ରସାଦ ପାତ୍ର, ଇଂ ଅଶ୍ୱିନୀ ସେନାପତି, ଲାୟନ ପ୍ରଶାନ୍ତ ପରିଡ଼ା, ଲାୟନ ବିପିନ ବିଶ୍ୱାଳ, ଲାୟନ ତ୍ରିପତି ବାଲାଜୀ ପାତ୍ର, ଛତାବର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଡ଼େଙ୍ଗ, ସାମାଜିକ କର୍ମୀ ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଉକ୍ତ ଗ୍ରାମରେ କ୍ଲବ ପକ୍ଷରୁ ବ୍ୟାପକ ରୂପେ ବିଭିନ୍ନ ଜନହିତକର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସାମାଜିକ କର୍ମୀ ପ୍ରଦୀପ୍ତ ରଞ୍ଜନ ରାଉତ, ପ୍ରିୟବ୍ରତ ପଣ୍ଡା, ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ କ୍ଲବର ଏତାଦଶୃଶ ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ