ଭାରତରୁ ଆମେରିକୀୟଙ୍କ ପ୍ରତ୍ୟର୍ପଣ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ କୋରୋନା କାୟା ମେଲାଇ ଚାଲିଥଲା ବେଳେ ଆମେରିକା ତା’ ଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛି। ୨୧ ଦିନିଆ ଲକଡାଉନ୍ ପାଇଁ ଭାରତକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ ହୋଇଥିବାରୁ ଆମେରିକା ସ୍ବତନ୍ତ୍ର ବିମାନ ଯୋଗେ ନିଜର ନାଗରିକଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ମଧ୍ୟ ଭାରତ ସରକାର ପୂର୍ଣ୍ଣ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଭାରତରେ କେତେ ଆମେରିକୀୟ ନାଗରିକ ଅଟକି ରହିଛନ୍ତି, ତାହା ସରକାରୀ ଭାବେ କୁହାଯାଇ ନାହିଁ।
ସୂଚନାନୁସାରେ ଆମେରିକା ଏଯାବତ ୩୦ ହଜାର ନାଗରିକଙ୍କୁ ନିଜ ଦେଶକୁ ଫେରାଇ ନେଇଛି। ପ୍ରାୟ ୬୦ଟି ଦେଶରୁ ୩୫୦ଟି ବିମାନ ଯୋଗେ ଆମେରିକା ନିଜର ନାଗରିକଙ୍କୁ ଫେରାଇ ଆଣି ସାରିଛି। ଭାରତରେ କୋରୋନା ବ୍ୟାପିବା ବିଳମ୍ବ ହୋଇଥିବାରୁ ଏଠାରୁ ନାଗରିକଙ୍କୁ ନେବାରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଭାରତ ବି ଆଉ କୋରୋନା ମୁକ୍ତ ରାଷ୍ଟ୍ର ହୋଇ ନ ଥବାରୁ ଆମେରିକା ସ୍ବତନ୍ତ୍ର ବିମାନରେ ନିଜର ଯାତ୍ରୀମାନଙ୍କୁ ଫେରାଇ ନେବା ପାଇଁ କାର୍ଯ୍ୟ ଆରମ୍ଭ କରିଥବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ