ଚୀନରେ ବିନା ଲକ୍ଷଣରେ ୧୫୪୧ କୋରୋନା ପଜିଟିଭ୍‌

ବେଜିଂ: ସାରା ବିଶ୍ବରେ କୋରୋନା ରୋଗ ସଂକ୍ରମଣ ନେଇ ବିଭିନ୍ନ ତଥ୍ୟ ଏବେ ପଦାକୁ ଆସିବାରେ ଲାଗିଛି। ଚୀନର ଉହାନରୁ କାୟା ମେଲାଇଥିବା ଏହି ଭୟଙ୍କର ରୋଗ ବିଶ୍ବରେ ମହାମାରୀର ରୂପ ନେଇଛି। ତେବେ କୋରୋନା ଭାଇରସ୍‌କୁ ନେଇ ପ୍ରଥମ ଥର ପାଇଁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁସାରେ କୋରୋନା ଲକ୍ଷଣ ଦେଖାଯାଉ ନ ଥିବା ବ୍ୟକ୍ତିଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚୀନରେ କୋରୋନା ଭାଇରସ୍‌ର ନୂଆ ୧୫୪୧ ମାମଲା ସାମ୍ନାକୁ ଆସିଛି। ଏହି ରୋଗୀଙ୍କ ନିକଟରେ ପୂର୍ବରୁ କୋରୋନାର କୌଣସି ଲକ୍ଷଣ ଦେଖାଦେଇ ନ ଥିବା ସତ୍ତ୍ବେ ରିପୋର୍ଟ ପଜିଟିଭ୍‌ ଆସିଛି। କୋରୋନାର ଏହି ନୂଆ ଲକ୍ଷଣକୁ ନେଇ ଉକ୍ତ ଦେଶର ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାଦ୍ୱାରା ସଂକ୍ରମଣ ଆଉ ଅଧିକ ବ୍ୟାପିବାର ସମ୍ଭାବନା ରହିଛି ବୋଲି ସରକାର ଆଶଙ୍କା କରିଛନ୍ତି। ସୂଚନା ମୁତାବକ ୧୫୪୧ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୨୦୫ଜଣ ବିଦେଶରୁ ଆସିଥିବା ନେଇ ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ