ଶିକ୍ଷକ ନେତା ଗୋପୀନାଥ ଆୟଚଙ୍କ ଅକାଳ ବିୟୋଗ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ବିଶିଷ୍ଟ ଶିକ୍ଷାବିତ ତଥା ଓଷ୍ଟାର ପୁର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀନାଥ ଆୟଚଙ୍କ ୬୬ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ଗତକାଲି ରାତି ୯ଟାବେଳେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଯାଇଥିଲେ । ରାତି ତିନିଟାବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଉଦାରବାଦୀ, ପରୋପକାରୀ ଓ ଦକ୍ଷ ସଂଗଠକ ଭାବ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ଓଷ୍ଟାର ଜିଲ୍ଲା ଶିକ୍ଷକ ସଂଘ ସଭାପତି ଶାନ୍ତନୁ ମିଶ୍ର, ଆନନ୍ଦପୁର ସମ୍ପାଦକ ପ୍ରଦୀପ ହଜାରି, ହାଟଡିହି ବ୍ଲକ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ନବଘନ ନାୟକ, ଅଜୟ ଘଡେଇ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଶତୃଘ୍ନ ପାତ୍ର, ବାବୁଲି ଲେଙ୍କା, ଗୋପାଳ ପଟ୍ଟନାୟକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ଏବିଇଓ ସୁରଥ କୁମାର ସାହୁ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ସରପଞ୍ଚ ପ୍ରତିଭା ନାୟକ, ହାଡିବନ୍ଧୁ ଦେହୁରୀ, ପବିତ୍ର ମୋହନ ପେଡା, ସୋମନାଥ ଦାସ, ଗୟାଧର ଦିଅ, ଚିନ୍ତା ପାତ୍ର, ରାଜେନ୍ଦ୍ର ପାତ୍ର, ରବିନ୍ଦ୍ର ସାହୁ, ଅଜୟ ମହାନ୍ତି, ଅନନ୍ତ ଆୟଚ, ବସନ୍ତ ପଢ଼ିଆରୀ, ବୃନ୍ଦାବନ ରାଉତ, ଭୀମସେନ ମଲ୍ଲିକ, ଅଭିମନ୍ୟୁ ରାଉତ, ବିଶ୍ୱନାଥ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଜ୍ୟୋତି ରଞ୍ଜନ ଆୟଚ, ଦୁର୍ଗାପ୍ରସାଦ ଆୟଚ, ଜ୍ଞାନ ରଞ୍ଜନ ଆୟଚ, ଭାଇ ହରେକୃଷ୍ଣ ଆୟଚଙ୍କ ସମେତ ଶହଶହ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।


