ଭାରତର ସ୍ୱାଧିନତା ସଂଗ୍ରାମ ଇତିହାସରେ ପାରଳାଖେମୁଣ୍ଡିର ସ୍ଥାନ ପ୍ରଥମ : ବୁଦ୍ଧିଜୀବୀ ସମାବେଶରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗତକାଲି ରବିବାର ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ କେ ବୁଦ୍ଧିଜୀବୀ ସମାବେଶରେ ଉପାନ୍ତପ୍ରହରୀ ତଥା ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ରଚିତ “ପାରଳାର ଲିଲାମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ (୧୭୬୭-୧୮୩୪)” ପୁସ୍ତକଟି ମୁଖ୍ୟଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଉନ୍ମୋଚିତ ପୁସ୍ତକ ସଂପର୍କରେ ସୂଚନା ଦେବାକୁ ଯାଇ ପ୍ରଧ୍ୟାପକ ଡ. ଅଜୟ କୁମାର ତ୍ରିପାଠୀ କହିଲେ ଯେ ଶ୍ରୀ ମହାପାତ୍ରଙ୍କ ରଚିତ ଉକ୍ତ ପୁସ୍ତକଟିର ପ୍ରାମାଣିକ ତଥ୍ୟ ସହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାରଳାଖେମୁଣ୍ଡିରୁ ଆରମ୍ଭ ହୋଇଥିବା ଉପସ୍ଥାପନ କରାଯାଇଛି । ତେଣୁ ଏହା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ପୁନଲିଖନ କରିବାକୁ ପ୍ରେରିତ କରିବ । ମୁଖ୍ୟବକ୍ତାଭାବେ ଯୋଗଦେଇ ଆବସରପ୍ରାପ୍ତ ପ୍ରଫେସର ତଥା ପ୍ରଥିତଯଶୀ କବି ବିପିନ ନାଏକ କହିଲେ ଯେ, ଐତିହାସିକ ମହାପାତ୍ରଙ୍କ ଲିଖିତ ଉକ୍ତ ପୁସ୍ତକଟି ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଐତିହାସିକ ଦଲିଲ । ଯେଉଁଥିରୁ ପ୍ରମାଣ ମିଳେ ଯେ, ବାରତର ସିପାହୀ ବିଦ୍ରୋହ (୧୮୫୭) ଓ ତତ୍‌ପୂର୍ବରୁ ଓଡିଶା ତତା ଅନ୍ୟତ୍ର ସଂଘଟିତ ସମସ୍ତ ସଂଗ୍ରାମର ପୂର୍ବବର୍ତ୍ତୀ ହେଉଛି ପାରଳାର ସଶସ୍ତ୍ର ସଂଗ୍ରାମ । ଏହାର ପ୍ରଚାର ପ୍ରାସର ଉପରେ ସେ ଗୁରୁୁତ୍ୱାରୋପ କରିଥିଲେ । ପୁସ୍ତକର ରଚୟିତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଲେ ଯେ, ଉକ୍ତ ପୁସ୍ତକରେ ପାରଳାର ସଶସ୍ତ୍ର ସଂଗ୍ରାମର ପ୍ରତିଟି ଘଟଣା ଇଷ୍ଟଇଣ୍ଡିଆ କମ୍ପାନୀ ଅଧିକାରୀମାନେ ଲିପିବଦ୍ଧ କରିଥିବା ବିବରଣୀ ଉପରେ ଆଧାରିତ । ଯାହାକି ପ୍ରମାଣ କରୁଛି ଯେ, ଇଂରେଜୀମାନେ ୧୭୬୭ରେ ଗଞ୍ଜାମରେ ପ୍ରବେଶ କରିବାକୁ ଉଦ୍ୟମ କରିବା ଦିନ ହିଁ ଆରମ୍ଭ ହୋଇ ତାହା ଏକ ଗଣ ପ୍ରତିରୋଧର ରୂପ ନେଇଥିଲା । ଦୀର୍ଘ ୬୭ ବର୍ଷ ବୟାପୀ ସଂଗ୍ରାମରେ ଅନେକ ବ୍ରିଟିଶ ସେନାଧିକାରୀ ନିହତ ହୋଇଛନ୍ତି, ପରାଜିତ ହୋଇ ପ।।ରଳା ପରିତ୍ୟାଗ କରିଛନ୍ତି । ସଂଗ୍ରାମୀମାନେ ପାରଳା ରାଜ୍ୟର ଦକ୍ଷିଣ ପଶ୍ଚିମାଞ୍ଚଲକୁ ସ୍ୱାଧୀନ କରି ନିଜର ଶାସନ ଜାହିର କରିଥିବା ବିଷୟ ଶ୍ରୀ ମହାପାତ୍ର ଦୃଢତାର ସହ ଉପସ୍ଥାପନ କରିଥିଲେ । ଭାରତର ବହୁ ପ୍ରଚାରିତ ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୭୮୦ ପାରଳା ରାଜାଗଜପତି ଦେବଙ୍କ ଇସାରାରେ ବିଶାଖାପଟଣାରେ ଦେଶୀୟ ସିପାହୀ ମାନେ କରିଥିବା ବିଦ୍ରୋହରେ ୬ଜଣ ଇଂରେଜ ସେନାଧିକାରୀଙ୍କ ମୃତ୍ୟୁ ହେବା ସହ ବିଶାଖାପାଟଣାରେ ଅବସ୍ଥାପିତ କମ୍ପାନୀ ସରକାରଙ୍କ ମୁଖ୍ୟ ମିଃ କାସମାଜାଇ ବନ୍ଦି ହୋଇଥିବା ପରି ଘଟି ଉକ୍ତ ପୁସ୍ତକରେ ଉଲ୍ଲେଖ କରିଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ପାରଳା ରାଜ୍ୟରେ ବିଦ୍ରୋହ ଦମନ ପାଇଁ ତିନିଥର ସାମରିକ ଆଇନ୍ କରାଯାଇଥିବା ଓ ବିଦ୍ରୋହ ଦମନ କରିବାକୁ ଯାଇ ୧୮ଜଣ ସଂଗ୍ରାମୀକୁ ଫାଶୀ ଦଣ୍ଡ ଓ ୨୫ ଜଣ ସଂଗ୍ରାମଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ପ୍ରକାଶ କରି ଶ୍ରୀ ମହାପାତ୍ର ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ । ଏହି ଅବସରରେ ସାରସ୍ୱତ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଶରତଚ ନଦ୍ର ସାହୁ, ବିଷ୍ଣୁ ଚରଣ ପଣ୍ଡା ଓ ନିତ୍ୟାନନ୍ଦ ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀତୀର୍ଥବାସୀ ପଣ୍ଡା ସାହିତ୍ୟ କୋଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଭାରତଭୂଷଣ ମହାନ୍ତି, ଭାଗବତ ପାଢୀ, ଆଶାଲତା ପ।।ଣିଗ୍ରାହୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଭକ୍ତି ସଂଗୀତ ସଂସଦର କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଭାରତନାଟ୍ୟମ ଓ ଓଡିଶା ନୃତ୍ୟ ପରିବେଷଣ କରିଥିଲେ ଯଥାକ୍ରମେ ସୁଶ୍ରୀ ଖାମସିକା ଓ ଅଧ୍ୟାପିକା ଡି.ପ୍ରିୟଙ୍କ । ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ଅଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ତ୍ରିପତି ପ୍ରସାଦ ପଣ୍ଡା ଓ ମୁରଲିଧର ପରିଛା । ସମାବେଶରେ ଅଧ୍ୟକ୍ଷତା କରିଥିଲେ ଡଃ. ଅନ୍ନପୂର୍ଣ୍ଣାଦେବୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ