ଭାରତୀୟ ଜନତା ପାର୍ଟି ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ “କାର୍ଯ୍ୟକାରିଣୀ ବୈଠକ”

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ “କାର୍ଯ୍ୟକାରିଣୀ ବୈଠକ” ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁଙ୍କ ସଭାପତିତ୍ବରେ ଲାଞ୍ଜିପଲ୍ଲୀ ସ୍ଥିତ କାଞ୍ଜିଆମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦିକା ବନ୍ଦିତା ତ୍ରିପାଠୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବୁଥ୍ ସ୍ଥରରେ ପହଞ୍ଚାଇବା ସହ ସଂଗଠନକୁ ବୁଥ୍ ସ୍ଥରରେ କିଭଳି ମଜବୁତ କରାଯାଇପାରିବ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ । ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳର ଶାସନ କାଳରେ ଶିଳ୍ପାଞ୍ଚଳ ମଣ୍ଡଳ ଶିଳ୍ପ ବିହୀନ ହୋଇପଡ଼ିଥିବା ବେଳେ ଏହି ଅଞ୍ଚଳର ରାସ୍ତାଘାଟ ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା ଗୁଡିକ ଭାଙ୍ଗି ରୁଜି ଶୋଚନୀୟ ହୋଇପଡ଼ିଛି । ଯାହା ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଆଗାମୀ ଦିନରେ ରାଜ୍ୟ ସରକାର ବିରୁଦ୍ଧରେ ଆନ୍ଦୋଳନ ଯୋରଦାର କରିବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ମଣ୍ଡଳ, ବୈରାଗୀ ଦାସ,ତୁମ୍ବେଶ୍ୱର ନାୟକ, ଚିତ୍ତରଞ୍ଜନ ତ୍ରିପାଠୀ,ମାତା ପ୍ରସାଦ, ସୁମିତ୍ ପାତ୍ର,ମହମ୍ମଦ ରହିମ,ଅରବିନ୍ଦ ମଣ୍ଡଳ,ପୁଜା ମହାରଣା, ସସ୍ମିତା ପଟ୍ଟନାୟକ, ନୀରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ପି.ରାଜେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ