ଭାରତୀୟ ମଜଦୁର ସଂଘର ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଭାରତୀୟ ମଜଦୁର ସଂଘ ର ଗଜପତି ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂପାଦକ ଶ୍ରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଦୂର୍ଗା ପ୍ରଶାଦ ବ୍ୟାୟାମ ସାଳା ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଫଟୋ ଚିତ୍ର ରେ ଦ୍ଵିପ ପ୍ରଜ୍ବଳିତ କରି ଶ୍ରମିକ ଗିତ ଗାନ କରାଯିବା ସହ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ଉପସାଧାରଣ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର , ସମ୍ମାନୀୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ ଯୋଗଦେଇ ପ୍ରକାଶ କରିଛନ୍ତି ଯେ ଭାରତୀୟ ମଜଦୂର ସଙ୍ଘ ଏକ ଭାରତୀୟ ବିଚାରଧାରା ଏବଂ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଂଘଠନ ଏବଂ ଶ୍ରମିକ ମାନଙ୍କର ସ୍ୱାର୍ଥ ଏବଂ ସନ୍ନମାନ ରକ୍ଷା ପାଇଁ ଲଢେ଼ଇ କରି ଆଜି ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସି ଅଛି । ଆଜି ଦେଶର ପୋଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସରକାରୀ , ବେସରକାରୀ ଓ କଳକାରଖାନା କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ତ ସୁବିଧା ଅସୁବିଧା କୁ ସମାଧାନ କରି ଭାରତରେ ପ୍ରଥମ ସ୍ଥାନ ବଜାୟ ରଖି ଆସୁଛି । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ନେତୃତ୍ବରେ ଆୟୋଜିତ ସମ୍ମିଳନୀର ପରିସେଷରେ ଜିଲ୍ଲାର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା । ରାଜ୍ୟ ଉପସାଧାରଣ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଏବଂ ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ୱର ଦାଶ ଙ୍କ ଉପସ୍ଥିତି ରେ ଜିଲ୍ଲା ସଭାପତି ଭାବେ ସଙ୍କର ଚରଣ ଗୈାଡ , ଉପସଭାପତି ଭାବେ ହରି ମୋହନ୍ ପଟ୍ଟନାୟକ , ରବି ସୁବୁଦ୍ଧି , ସଂପାଦକ ଭାବେ ପୂଜିତ ପ୍ରଧାନ , ସହ ସଂପାଦକ ଭାବେ ପୂଷ୍ପାନଜଳୀ ପଣ୍ଡା , ମଖିଲଗଂ ପତି , କୋଷାଧ୍ୟକ୍ଷ ଭାବେ ଇସପନି ଗମାଗଂ ସହ ସକାର୍ଯ୍ୟକାରୀ ସଦସ୍ୟ ଭାବେ ସମସ୍ତ ସଂଘଠନର ସଂପାଦକ ସହ ୭ ଜଣଙ୍କୁ କାର୍ଯ୍ୟକର୍ତ୍ତା ଭାବେ ଚୟନ କରାଯାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଯଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ, ବିଶ୍ୱକର୍ମା ମଜଦୁର ସଂଘ, ବ୍ୟବସାୟ ମଜଦୁର ସଂଘ , ପାଚିକା ସଂଘ ଏବଂ ସମସ୍ତ ବ୍ଲକ ର କାର୍ଯ୍ୟ କର୍ତ୍ତା ଯୋଗଦେଇ ଥିଲେ । ଉକ୍ତ ଜିଲ୍ଲା ସମ୍ମିଳନୀ କାର୍ଯ୍ୟକ୍ରମ କୁ ପଦ୍ମଚରଣ ମିଶ୍ର , ସମିକ୍ଷା ଗମାଙ୍ଗ , ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ