ଭାରତୀୟ ମଯଦୁର ସଂଘର ଜିଲ୍ଲା ବୈଠକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଭାରତୀୟ ମଯଦୁର ସଂଘର ରାଜ୍ୟ ନିଷ୍ପତି ଅନୁଯାଇ ସମସ୍ତ ଜିଲ୍ଲାର ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସୋମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ସନମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଶ୍ରମିକ ନେତା ଶ୍ରୀ ଯୋଗେଶ୍ୱର ଦାସ ଏବଂ ସଙ୍ଘର କୋଷଦକ୍ଷ ଶ୍ରୀ ଲକ୍ଷ୍ମଣ ଦାସ ଯୋଗଦେଇ ଭାରତୀ ମଜଦୁର ସଙ୍ଘ ଏକ ଭାରତୀୟ ବିଚାର ସହ ଅଣ ରାଜନୈତିକର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ଶ୍ରମିକ ମାନଙ୍କର ସମସ୍ତ ଲଢେ଼ଇ ପାଇଁ କାର୍ଯ୍ୟ କରି ଆଜି ଦେଶର ପ୍ରଥମ ସ୍ଥାନ ଅଧିକାର କରି ଆସୁଅଛି । ଦେଶର ପଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ,ବେସରକାରୀ ଓ କଳକାରଖାନା କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ତ ସୁବିଧା ଅସୁବିଧା କୁ ସମାଧାନ କରି ଭାରତରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଅଛି । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଙ୍ଘର ସମ୍ପାଦକ ଖଗେଶ୍ୱର ସିଙ୍ଗ, ପ୍ରଭାକର ରତ୍ନାଲୁ ,ସନ୍ତୋଷ ପଟ୍ଟନାୟକ ,ମନୋଜ କୁମାର ଦାସ, ଅଞ୍ଜଳି ନାୟକ ,ପୁଷ୍ପାଞ୍ଜଳି ପଣ୍ଡା , ଦୀପାରାଣୀ ସାହୁ ତୁଲାଇ ଥିଲେ । ଶେଷରେ ଜିଲ୍ଲାର ନୂତନ କର୍ମ କର୍ତା ଚୟନ କରାଯାଇଥିଲା । ରାଜ୍ୟ ସଭାପତିଙ୍କ ଉପସ୍ଥିତରେ ଜିଲ୍ଲା ସଭାପତି ଭାବେ ପଦ୍ମଚରଣ ମିଶ୍ର , ଉପସଭାପତି ଶଙ୍କର ଚରଣ ଗୌଡ଼, ସମ୍ପାଦକ ସୁଜିତ ପ୍ରଧାନ , ସହ ସମ୍ପାଦକ ସଂପୂର୍ଣା ପ୍ରଧାନ , କୋଷଦକ୍ଷ ଭାବେ ପୁଷ୍ପାଞ୍ଜଳି ପଣ୍ଡା ଙ୍କୁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଯଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡ଼ି ଲେଡିସ ୱରକର୍ସ ଅସୋସିଆସନ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ, ବିଶ୍ୱକର୍ମା ମଯଦୁର ସଂଘର ସମସ୍ତ ବ୍ଲକ ର କାର୍ଯ୍ୟ କର୍ତା ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ