କନ୍ଧମାଳ ଟ୍ରାଫିକ ପୋଲିସର ମହାନତା :ରାସ୍ତାରୁ ବାଲି ସଫା କରି ପ୍ରଶଂସା ସାଉଁଟିଲେ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାସ୍ତା ମରାମତି ପରେ ଉଠି ନଥିଲା ବାଲି । ଏଥିପାଇଁ ଗାଡିର ଚକା ଖସି ଅନେକ ଛୋଟ ମୋଟ ଦୁର୍ଘଟଣା ବି ଘଟୁଥିଲା । ଗାଡି ଚାଲିବା ସମୟରେ ଧୂଳି ଉଡି ଦୂଷିତ ବାତାବରଣ ସୃଷ୍ଟି କରୁଥିଲା । ଏହି ଘଟଣା ଥିଲା କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର କିଛି ପ୍ରମୁଖ ରାସ୍ତାର ।ସେଠାରେ ଟ୍ରାଫିକ ଦାୟିତ୍ୱରେ ଥିବା କିଛି ପୁଲିସ ଏବଂ ହୋମଗାର୍ଡ ଏହି ଘଟଣା ଦେଖିଥିଲେ । ପରେ  ସେମାନେ ନିଷ୍ପତ୍ତି ନେଇଥିଲେ ଏହାକୁ ସଫା କରିବା ପାଇଁ । ପୂର୍ତ୍ତବିଭାଗ ରାସ୍ତା କାମ ସାରି ବାଲି ପକାଇ ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ଏହି କର୍ମଚାରୀମାନେ ରାସ୍ତାରୁ ବାଲି ସଫା କରିଥିଲେ ।ଗାନ୍ଧୀ ଛକ ନିକଟେର ରାସ୍ତାରେ ପଡିଥିବା ବାଲିକୁ ଝାଡୁ କରିଥିଲେ କନେଷ୍ଟବଳ ସୁବ୍ରତ ନାୟକ, ମହିଳା  ହୋମଗାର୍ଡ କୁମୁଦିନୀ ଶତପଥୀ ଏବଂ ପୁଷ୍ପଲତା ବେହେରା ଝାଡୁ ଧରି ଏହି ବାଲିକୁ ସମଫା କରିଥିଲେ । ଏହାର ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ସହ ଅଧିକାଂଶ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ