ଭାରତ ମସଲା ରାଜ୍ୟ ରପ୍ତାନି ପୁରସ୍କାର ପାଇଁ ମନୋନୀତ

କଟକ: ମସଲା ତଥା ସ୍ବାସ୍ଥ୍ୟକର ଖାଦ୍ୟ ଉତ୍ପାଦନ କରି ଏହାକୁ ରପ୍ତାନି କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ଜୟ ଭାରତ ସ୍ପାଇସେସ ପ୍ରାଇଭେଟ୍ ଲିମିଟେଡକୁ ଲଗାତାର ଚତୁର୍ଥ ଥର ପାଇଁ ରାଜ୍ୟ ସରକାର ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ପାଇଁ ମନୋନୀତ କରିଛନ୍ତି। ପୂର୍ବରୁ ୨୦୧୫–୧୬, ୨୦୧୬–୧୭ ପାଇଁ ରାଜ୍ୟ ସରକାର ଭାରତ ମସଲାକୁ ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ପ୍ରଦାନ କରିଥିଲା ବେଳେ ଏବେ ୨୦୧୭–୧୮ ଓ ୨୦୧୮–୧୯ ପାଇଁ ମନୋନୀତ କରିଛନ୍ତି। ନିଜର ଉତ୍କୃଷ୍ଟ ସାମଗ୍ରୀକୁ ବାହାର ରାଜ୍ୟ ତଥା ବିଦେଶକୁ ରପ୍ତାନୀ କରି ବ୍ୟାବସାୟିକ ସଫଳତା ହାସଲ କରି ପାରିଥିବାରୁ ରାଜ୍ୟ ସରକାରଙ୍କର ଡାଇରେକ୍ଟୋରେଟ୍ ଅଫ ଏକ୍ସପୋର୍ଟ ପ୍ରମୋସନ ଆଣ୍ତ ମାର୍କେଟିଂ ପକ୍ଷରୁ ମନୋନୀତ କରାଯାଇଛି ବୋଲି ନିର୍ଦ୍ଦେଶକ ଏସ.କେ.ଜେନା ଜୟ ଭାରତ ସ୍ପାଇସେସର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡାଙ୍କୁ ଲିଖିତ ଭାବେ ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ଏହି ପ୍ରଶଂସାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏକ ଉତ୍ସବରେ ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରି ଜୟ ଭାରତ ସ୍ପାଇସେସ କଂପାନି ମାସକୁ ହାରାହାରି ଭାବେ ୮୦ରୁ ୧୦୦ ଟନ୍ ନିଜ ଉତ୍ପାଦିତ ସାମଗ୍ରୀ ଭାରତ ମସଲା ରତ୍ପାନୀ କରି ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ