ମହାବିଦ୍ୟାଳୟରେ ଶପଥ ପାଠ ଉତ୍ସବ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): କ୍ଷତ୍ରୀୟବରପୁର ଆଂଚଳିକ ବିଜ୍ଞ।ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୁଧବାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥିରୁପେ କଲେକଜର ଅଧକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଭର ଓ ରେଞ୍ଜର ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଉତ୍ସବକୁ ରୋଭର ଲିଡର ଡକ୍ଟର ରାମ ପ୍ରସାଦ ପଣ୍ଡା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ରେଞ୍ଜର ମାନଙ୍କୁ ସେବା ମନୋବୃତ୍ତି ରଖି ସମାଜସେବା କରିବା ନିମନ୍ତେ ପରାମର୍ଶ ଦେଇଥ୍ôଲେ । ଉତ୍ସବ ଶେଷରେ ରେଞ୍ଜର ଲିଡର ଅଧାପିକା ବିଜୟ ଲକ୍ଷ୍ମୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ ସହିତ ଉକ୍ତ ଉତ୍ସବରେ ଅଧାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ବିବେକନନ୍ଦକର , ରୁନିବାଳା ତ୍ରୀପାଠୀ, ପିଙ୍କି ପଲାଇ, ଭାରତୀ ବିଶ୍ୱାଳ, ସ୍ୱରୁପା ବିଶ୍ୱାଳ, ଏବଂ ସୁଶାନ୍ତ କୁମାର ଲେଙ୍କା , ପ୍ରମୁଖ ସହଯୋଗ କରିଥିଲେ ।


