ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣା: ବ୍ରହ୍ମପୁର ଅଲେଖ ମହିମା ମଠର ୩ ବାବା ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  |ଡ୍ରାଇଭର ରାସ୍ତା ନ ଜାଣିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ଗ୍ରାମବାସୀ | ମାରୁତି ଗାଡ଼ି ନମ୍ବର (ଓଡି ୩୨ସି୨୭୯୬) ଅଲେଖ ମହିମା ବ୍ରହ୍ମପୁର ମଠର ବାବା ମାନେ ବ୍ରହ୍ମପୁରରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାତ୍ରା କରୁଥିଲେ | ଦୁର୍ଘଟଣାରେ ୩ଜଣ ବାବା ନିରଞ୍ଜନ ଦାସ ବୟସ ( ୭୦), ବିଶ୍ୱନାଥ ଦାସ ବୟସ (୬୦), ସୁବ୍ରତ ଦାସ ବୟସ ( ୪୫)  ଗୁରୁତର ଆହାତ ହୋଇଥିବାରୁ ସେମାନଙ୍କୁ ପ୍ରଥମେ କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା |ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ମେଡ଼ିକାଲ ଅଧିକାରୀ କରିସ୍ମା ନାୟକ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ସ୍ଥାନାନ୍ତର କରିଥିବା ଜଣାପଡିଛି l 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ