ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା: ପ୍ରଶାସନିକ ଅଧିକାରୀ ମାନଙ୍କ ବୁଥ୍ ପରିଦର୍ଶନ ଓ ଯାଞ୍ଚ

ବନ୍ତ,(ଚାନ୍ଦିନୀ ମହାନ୍ତି) : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବ୍ଲକରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକିୟା-୨୦୨୧ କାର୍ଯ୍ୟକ୍ରମ ନଭେମ୍ବର ୧୬ ଠାରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରକିୟା ମଧ୍ୟରେ ନଭେମ୍ବର ୨୮, ୨୯, ଡିସେମ୍ବର ୫ ଓ ୬ ତାରିଖ ୪ ଦିନ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବରେ ଗ୍ରହଣ କରାଯାଇଛି । ଏହି କ୍ରମରେ ବନ୍ତ ବ୍ଲକ ଅଧିନ ୧୩୯ ଜଣ ବୁଥ୍ ଲେଭଲ ଅଫିସରଙ୍କ ସ୍ୱତନ୍ତ୍ର ଅଭିଯାନ ଦିବସକୁ ଲୋକାଭିମୁଖୀ କରିବା ନିମନ୍ତେ ବ୍ଲକର ୩ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୋଙ୍କୁ ଜିଲା ପ୍ରଶାସନ ତରଫରୁ ଦାୟୀତ୍ୱ ଅର୍ପଣ କରାଯାଇଛି । ତହସିଲଦାରଙ୍କୁ ବୁଥ୍ ୧ରୁ ୫୦, ଅତିରିକ୍ତ ତହସିଲଦାରଙ୍କୁ ବୁଥ୍ ୫୧ରୁ ୧୦୦ ଏବଂ ବିଡିଓଙ୍କୁ ବୁଥ୍ ୧୦୧ରୁ ୧୩୯ ସ୍ୱତନ୍ତ୍ର ଅଭିଯାନକୁ ତଦାରଖ ଓ ଯାଞ୍ଚ କରିବା ଦାୟୀତ୍ୱ ଦିଆଯାଇଛି । ଏହି କ୍ରମରେ ନଭେମ୍ବର ୨୮ ଓ ୨୯ ତାରିଖ ବିଡିଓ ରେବେକା ବିଲୁଙ୍ଗ ଓ ତହସିଲଦାର ଇନ୍ଦରା ସାହୁ ଏବଂ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୋ ଦାୟୀତ୍ୱରେ ଥିବା ବିଭିନ୍ନ ବୁଥ୍ ପରିଦର୍ଶନ କରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ପ୍ରକ୍ର୍ରିୟା-୨୦୨୧ର ସ୍ୱତନ୍ତ୍ର ଅଭିଯାନକୁ୍ ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ