ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଜଙ୍ଗଲି ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର । କୋକସରା ବ୍ଲକ କୁଳେରଗୁଡା ଗ୍ରାମ ର ତିଳ ପୋର୍ତି (୬୦) ପ୍ରାତଃ ଗାଁ ନିକଟରେ ଥିବା ନାଳ କୁ ଶୌଚ ପାଇଁ ଯାଉଥିବା ବେଳେ ଜଙ୍ଗଲି ଭାଲୁ ଆକ୍ରମଣ ର ଶିକାର ହୋଇଛନ୍ତି । ପରେ କୌଣସି ମତେ ଭାଲୁ କବଳରୁ ରକ୍ଷା ପାଇବା ପରେ ପରିବାର ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯିବା ନେଇ ଡାକ୍ତର ସୁଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ