ଭାସ୍କର୍ଯ୍ୟ କଳାରେ ଭାରତର ବାହୁବଳୀ ଯୁଦ୍ଧ ବିମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଭାରତୀୟ ବାୟୁବୀରଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଅକ୍ଟୋବର ମାସ ୮ ତାରିଖଟିକୁ ଭାରତୀୟ ବାୟୁସେନା ଦିବସ ରୂପେ ପାଳନ କରାଯାଇଥାଏ । ଚଳିତବର୍ଷ ଭାରତୀୟ ବାୟୁସେନା ୯୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ବାୟୁସେନାର କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରତିରକ୍ଷା ସେବା ପ୍ରତି ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହିଁ ଦିବସର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଭାରତୀୟ ବାୟୁବୀରଙ୍କୁ ଶ୍ରଦ୍ଧା, ସମ୍ମାନ ଜଣାଇ ଭାସ୍କର୍ଯ୍ୟ କଳାରେ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି । ‘ସୁପର କ୍ଲେ’ ରେ ପ୍ରତୀକାତ୍ମକ ରୂପେ ତିଆରିଛନ୍ତି ଭାରତର ବାହୁବଳୀ ଯୁଦ୍ଧବିମାନ । ଶାନ୍ତନୁ କୁହନ୍ତି ବିଶ୍ୱର ଚତୁର୍ଥ ସର୍ବବୃହତ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନା କେବଳ ଭାରତର ଭୂଖଣ୍ଡର ରକ୍ଷା କରେନାହିଁ, ସମସ୍ତ ପ୍ରକାର ବିପଦ ଆପଦରୁ ଦେଶକୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ପବିତ୍ର ଦିବସରେ ଭାରତର ବାୟୁବୀରଙ୍କୁ କୋଟି କୋଟି ସଲାମ୍ ।