ଭିକାରୀପଲ୍ଲୀ ପଞ୍ଚାୟତର ନାଏବ ସରପଞ୍ଚ ହେଲେ ବି.ନାଗେଶ୍ୱର ପାତ୍ର

ଛତ୍ରପୁର, (ଦେବଦତ୍ତ ମହାରଣା) :ଗୁରୁବାର ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ଦିନ ନାଏବ ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥି ନିମନ୍ତେ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଭିକାରୀପଲ୍‌ୀ ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ମମତା ସୁବୁଦ୍ଧି ଗୁରୁବାର ଦିନ ଶପଥ ଗ୍ରହଣ କରିଥିବା ବେଳେ ଆଜି ସେହି ପଞ୍ଚାୟତର ନାଏବ ସରପଞ୍ଚ ଭାବେ ୧୪ନଂ ୱାର୍ଡ ମେମ୍ବର ବି.ନାଗେଶ୍ୱର ପାତ୍ର ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନାଏବ ସରପଞ୍ଚ ପଦବୀ ନିମନ୍ତେ ବି.ନାଗେଶ୍ୱ ପାତ୍ର ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ କମଳ ଲୋଚନ ନାୟକଙ୍କ ନିକଟରେ ଦାଖଲ କରିଥିଲେ । ଯାହାଫଳରେ ନିଦ୍ୱନ୍ଦ ଭାବେ ନିର୍ବାଚିତ ହୋଇଥିଲେ । ଗ୍ରାମପଞ୍ଚାୟତ ଅଧୀନରେ ୧୯ଟି ୱାର୍ଡ ରହିଥିବା ବେଳେ ୧୮ୱାର୍ଡରେ ନିର୍ବାଚନ ହୋଇଥିଲ।। ସେଥି ମଧ୍ୟରୁ ବହୁସଂଖ୍ୟା ସିପିଆଇ ସମର୍ଥିତ ୱାର୍ଡ ମେମ୍ବର ସଭ୍ୟ ମାନେ ପୂର୍ବରୁ ନିର୍ବାଚିତ ହୋଇଥିବା ବେଳେ ଆଜି ସିପିଆଇ ସମର୍ଥିତ ବି.ନାଗେଶ୍ୱର ପାତ୍ର ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ଭିକାରୀପଳ୍ଲୀ ଗ୍ରାମପଞ୍ଚାୟତରେ ସିପିଆଇ ପୂର୍ବ ଗୈାରବ ଫେରିଆସିଥିବାରୁ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ନବନିର୍ବାଚିତ ସରପଞ୍ଚ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଏବଂ ଭିକାରୀପଲ୍ଲୀ ପଞ୍ଚାୟତର ସମସ୍ତ ଜନ ସାଧାରଣଙ୍କୁ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି , ସିପିଆଇ ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ଛାମୁଆ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ