ରୋଟାରୀ ଇନରହୁଇଲ ଶାଶ୍ୱତ କ୍ଲବ ପକ୍ଷରୁ ବିଶ୍ୱ ମହିଳା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :ରୋଟାରୀ ଇନରହୁଇଲ ଶାଶ୍ୱତ କ୍ଲବ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଶିଳ୍ପୋଦ୍ୟୋଗୀ ଅଲିଭା ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସମାଜର ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଅଗ୍ରଗତି ତଥା ସଫଳତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରୋଟାରୀ କ୍ଲବ ଶାଶ୍ୱତର ସଭାପତି ଡାକ୍ତର କୁମାର ଗୋପାଲ ଓ ଉପଦେଷ୍ଟା ଇଂ ହୃଷୀକେଶ ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା, ଆତ୍ମବିଶ୍ୱାସ ଓ ସଚେତନତା ହିଁ ମହିଳାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିରୋଟାରୀ ଇନରହୁଇଲ ଶାଶ୍ୱତ କ୍ଲବର ସଭାପତି ଗୀତାଞ୍ଜଳି ପାଣିଗ୍ରାହୀ ଏଥିରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦିକା କଲ୍ୟାଣୀ ନନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ