ଭିଡିଓ ସେଲ୍ଫି ମାପିବ ରକ୍ତଚାପ

ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ । ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି । ଏଥିରେ ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ସାମିଲ ଅଛନ୍ତି । ଏହି ଟେକ୍ନୋଲୋଜିରେ ସ୍ମାର୍ଟଫୋନ ମାଧ୍ୟମରେ ନିଆଯାଇଥିବା ଫେସିଆଲ ଭିଡିଓରୁ ରକ୍ତଚାପ ମପାଯାଇପାରିବ ବୋଲି କହନ୍ତି ଭାରତୀୟ ବଂଶୋଦ୍ଭବ ଗବେଷକ ତଥା ମିଚିଗାନ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମକୃଷ୍ଣ ମୁକ୍କାମଲ । ଏକ ଭଲ ଓ ନିୟନ୍ତ୍ରିତ ପରିବେଶ, ସ୍ଥିର ଆଲୋକରେ ଗବେଷକମାନେ ମୁହଁର ଭିଡିଓ ନେଇ ପରୀକ୍ଷା କରିଛନ୍ତି । ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ମଡେଲରେ ଲାଇଟ୍ ତ୍ୱଚାର ବାହ୍ୟ ଆବରଣ ଭିତରେ ପ୍ରବେଶ କରି ସ୍ମାର୍ଟଫୋନ୍ରେ ଥିବା ଅପ୍ଟିକାଲ ସେନ୍ସରରେ ରକ୍ତପ୍ରବାହର ଶୈଳୀକୁ ପ୍ରଦର୍ଶିତ କରେ । ଏହି ଟେକ୍ନୋଲୋଜିରେ ଗବେଷକମାନେ ସିଷ୍ଟୋଲିକ ରକ୍ତଚାପ ୯୫ ପ୍ରତିଶତ ଓ ଡାୟାଷ୍ଟୋଲିକ ବ୍ଲଡ୍ ପ୍ରେସର ୯୬ ପ୍ରତିଶତ ଠିକ୍ ରହୁଥିବା ଜଣାପଡ଼ିଛି । ଠିକ୍ ରକ୍ତଚାପ ଜାଣିବା ପାଇଁ ଏବେ ବ୍ୟବହାର କରାଯାଉଥିବା ଆନ୍ତର୍ଜାତିକ ମାନର ଯନ୍ତ୍ରଠାରୁ ଏହା ଆହୁରି ଅଧିକ ଠିକ୍ ତଥ୍ୟ ଦେଇପାରୁଛି ବୋଲି କହନ୍ତି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକ କାଙ୍ଗ୍ ଲି । ଏହି ପଦ୍ଧତିରେ ନିୟମିତ ରକ୍ତଚାପ ଜାଣିହେବ । ଏ ସମ୍ପର୍କିତ ତଥ୍ୟ ସର୍କ୍ୟୁଲେଶନ କାର୍ଡିଓଭାସ୍କୁଲାର ଇମେଜିଂ ଜର୍ନାଲରେ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ