ରିମୋଟ୍ ପରିଚାଳିତ କୁକୁର
ଆଜିକାଲି ଟେକ୍ନିକ୍ ବସ୍ତୁର ଉପଯୋଗ ରିମୋଟ୍ ଦ୍ୱାରା କରାଯାଇଥାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ଏବେ ବି କୁକୁରକୁ ମଧ୍ୟ ରିମୋଟ୍ ଦ୍ୱାରା କଣ୍ଟ୍ରୋଲ କରାଯାଇପାରିବ । ଇସ୍ରାଏଲର ବେନ୍- ଗୁରିୟନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏମିତି ଏକ ଡିଭାଇସ୍ ତିଆରି କରିଛନ୍ତି । ଯାହା ରିମୋଟ୍ ଦ୍ୱାରା କଣ୍ଟ୍ରୋଲ କରାଯାଇପାରିବ । ଏ ବିଷୟରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଡିଭାଇସ୍ ଭାଇବ୍ରେସନ୍ ଜରିଆରେ କୁକୁରକୁ ସନ୍ଦେଶ ପହଞ୍ଚାଇଥାଏ । ଏହାପରେ କୁକୁର ଏହି ସନ୍ଦେସ ଉପରେ ନିଜର ପ୍ରତିକ୍ରିୟା ଦେଇଥାଏ । ଏହି ଡିଭାଇସ୍କୁ ଏକ ଖାସ୍ କିସମର ଜ୍ୟାକେଟ୍ ପରି ତିଆରି କରାଯାଇଛି । ଏହାକୁ ପୀଠରେ ବାନ୍ଧି ଦିଆଯିବ । ଏଥିରେ ଏକ ସେନ୍ସର ସାହାଯ୍ୟରେ କମ୍ପନ ଶବ୍ଦ ବାହାର କରାଯାଇଥାଏ । ଯାହାକି ମାଲିକ ନିଜ କାମ ମୁତାବକ ସେହି ଭାଷାକୁ ପ୍ରୟୋଗ କରିଥାଏ । ଯେଉଁଥିରେ କୁକୁର ତାର ଭାଷାକୁ ଶୀଘ୍ର ବୁଝିପାରିବ । ଏହି ଡିଭାଇସ୍କୁ ତିଆରି କରିବା ପରେ ଏହାର ପ୍ରୟୋଗ ଏକ ‘ତାଇ’ ନାମକ କୁକୁର ଉପରେ କରାଯାଇଛି । ଯାହାକି ଏପର୍ଯ୍ୟନ୍ତ ସଫଳ ହୋଇଛି । ତାଇକୁ ଏବେ ୬ ବର୍ଷ । ବୈଜ୍ଞାନିକମାନେ ଏହି ଡିଭାଇସ୍ ବିଷୟରେ କହିଛନ୍ତି, ଏହାକୁ ପୁଲିସ ମିଶନ୍ରେ ସାମିଲ ହୋଇଥିବା କୁକୁର ପାଇଁ ବ୍ୟବହାର କରାଯାଇପାରିବ । ଏହି ଡିଭାଇସ୍ ଉପଯୋଗରେ ଦୂରରେ ବସିଥିବା ମାଲିକ ପାଇଁ ଏକ ସୁବିଧାଜନକ କାମ ହୋଇପାରିବ ।


