ଭିନ୍ନକ୍ଷମ ଅଙ୍ଗନଓ୍ଵାଡ଼ି ଦିଦିଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ଜଣେ ଭିନ୍ନକ୍ଷମ ଅଙ୍ଗନାଓ୍ଵାଡ଼ି ଦିଦି ତଥା କରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି I ଖବର ପାଇ ଭଞ୍ଜନଗର ସବ୍‌ଡିଭିଜନ୍ ରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଭାବେ ଯୋଗ ଦେଇଥିବା ADM ବିଶାଳ ସିଂ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଙ୍ଗନାଓ୍ଵାଡ଼ି ଦିଦିଙ୍କୁ ଆକ୍ରମଣ କରିଥିବା ମହିଳାଙ୍କ ରାସନ୍ କାର୍ଡକୁ ରଦ୍ଦ କରିଥିଲେ I ଖବରରୁ ଜଣା ପଡ଼ିଛି ଗୋବରା ପଞ୍ଚାୟତ ବାସୁଦେବପୁର ଅଞ୍ଚଳରେ ରହୁଥିବା ଶ୍ରୀନିବାସ ବେହେରାଙ୍କ କୋଭିଡ ପରୀକ୍ଷାରେ ପଜିଟିଭ ବାହାରିବା ପରେ ଆଠ ଦିନ ତଳେ ତାଙ୍କୁ ଶାସନ ପଞ୍ଚାୟତର ନୂଣିପଡ଼ା କୋଭିଡ କେୟାର୍ ହୋମରେ ରଖାଯାଇଥିଲା I ଶ୍ରୀନିବାସର କୌଣସି କୋଭିଡ ଲକ୍ଷଣ ଦେଖା ନ ଯିବାରୁ ୨୮ ତାରିଖ ରାତ୍ରରେ ପ୍ରଶାସନ ତାକୁ ଛାଡ଼ିଦେଇଥିଲେ ଏବଂ ଶ୍ରୀନିବାସକୁ ୧୪ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ I କିନ୍ତୁ ଆଜି ସକାଳେ ଶ୍ରୀନିବାସ ଗାଁ ଦାଣ୍ଡରେ ଥିବା ନଳକୂପରେ ଗାଧୋଇବାରୁ ସାହି ବାସିନ୍ଦା ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଓ ଅଙ୍ଗନାଓ୍ଵାଡ଼ି ଦିଦିଙ୍କୁ ଅବଗତ କରାଇଥିଲେ I ଆଜି ଦିନ୧୦ ଘଣ୍ଟ ୩୦ମିନିଟ୍ ସମୟରେ ଗୋବରା ସରପଞ୍ଚ ପ୍ରତିନିଧି ରାଧା ସ୍ଵାମୀ ରାଜୁ ଓ ବାସୁଦେବପୁର ଅଙ୍ଗନାଓ୍ଵାଡ଼ି କର୍ମୀ ସୁନିତା ଗୌଡ଼ ମିଳିତ ଭାବେ ଶ୍ରୀନିବାସର ଘରକୁ ଯାଇ ବାହାରେ ଏଣେତେଣେ ନ ବୁଲିବା ଓ ପୋଖରୀ, ନଳକୂପରେ ନ ଗାଧୋଇବା ପାଇଁ ପରାମର୍ଶ ଦେଇ ଫେରିଥିଲେ ଏବଂ ସରକାରଙ୍କ ନିୟମ ଅନୁସାରେ ତାଙ୍କ ଘର ଆଗରେ ଏକ ପୋଷ୍ଟର ଲଗାଇଥିଲେ I ଏଥିରେ ରାଗି ଯାଇ ଶ୍ରୀନିବାସଙ୍କ ସ୍ତ୍ରୀ ଲୀଲୀ ବେହେରା ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଭିନ୍ନକ୍ଷମ କରୋନା ଯୋଦ୍ଧା ତଥା ଅଙ୍ଗନାଓ୍ଵାଡ଼ି କର୍ମୀକୁ ତଳେ ପକାଇ ଲାତ ଗୋଇଠା ଓ ମୁଥ ମାରିଥିଲେ I ଏ ନେଇ ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନାଓ୍ଵାଡ଼ି କର୍ମୀ ସୁନିତା ଗାଙ୍ଗପୁର ଥାନାରେ ଏତାଲା ଦେଇଥିଲେ I ଗାଙ୍ଗପୁର ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଖବର ପାଇ ବେଲଗୁଣ୍ଠI ବିଡିଓ ଶଶୀ ଭୂଷଣ ମହାପାତ୍ର ଓ ଭଞ୍ଜନଗର ସ୍ପେଶାଲ୍ ADM ବିଶାଳ ସିଂ ଅଙ୍ଗନାଓ୍ଵାଡ଼ି କେନ୍ଦ୍ରରେ ପହଞ୍ଚି ଅଙ୍ଗନାଓ୍ଵାଡ଼ି ଦିଦିଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ଵାସନା ଦେବା ସହ ଗାଙ୍ଗପୁର ଥାନା ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅଙ୍ଗନାଓ୍ଵାଡ଼ି କର୍ମୀ ଜଣେ କରୋନା ଯୋଦ୍ଧା ହୋଇଥିବାରୁ ତାଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରି ମାଡ଼ ମାରିଥିବାରୁ ମହାମାରୀ ଆକ୍ଟ ବଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରାସନ୍ କାର୍ଡ଼ ରଦ୍ଦ କରିଥିଲେ I ଏ ନେଇ ବେଲଗୁଣ୍ଠା ବ୍ଲକ୍ ଅଙ୍ଗନାଓ୍ଵାଡ଼ି ସଂଘର ସଭାନେତ୍ରୀ କବିତା ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କାର୍ଯ୍ୟରତ ଅଙ୍ଗନାଓ୍ଵାଡ଼ି କର୍ମୀଙ୍କ ଉପରେ ଆକ୍ରମଣକୁ ସହ୍ୟ କରାଯିବନି I ପୋଲିସ୍ ପ୍ରଶାସନ ଯଦି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କୋଭିଡ ପରିଚାଳନାରେ ସେମାନେ ସହଯୋଗ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ