ଭିନ୍ନକ୍ଷମ ନିୟତି ଅନୁଷ୍ଠାନ ପକ୍ଷରୁ ଅଭିଭାବକ କର୍ମଶାଳା
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଠାରେଥିବା ଭିନ୍ନକ୍ଷମ ଅନୁଷ୍ଠାନ ନିୟତି ପକ୍ଷରୁ ସ୍ଥାନୀୟ ବନଦୁର୍ଗା ତୋଟା ଠାରେ ଏକ ଅଭିଭାବକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂସ୍ଥାପକ ତଥା ସଂପାଦକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ସେହିପରି ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ କିପରି ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେଇ ଉଦ୍ଦ୍ୟେମ ବିଷୟରେ ଆଲୋଚନା କରାଯାଇଥିଲା । ଭିନ୍ନକ୍ଷମ ମାନଙ୍କର ସାମ୍ବିଧାନିକ ଅଧିକାର ଗୁଡିକ ସେମାନେ କିପରି ହାସଲ କରିପାରିବେ ସେ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସେହିପରି “ଦିବ୍ୟାଙ୍ଗ ଏକ ରୋଗ ନୁହେଁ ଏହା ଏକ ଅବସ୍ତା ମାତ୍ର” ବୋଲି ସଚେତନତା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ. କଲ୍ୟାଣୀ ମିଶ୍ର, ବଳରାମ ନାଗା, ସୌଦାମିନୀ ପାତ୍ର, ଭାରତଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରଥ, ସ୍ୱର୍ଣ୍ଣପ୍ରଭା ପାଠୀ ପ୍ରମୁଖ ଯୋଗଦେଇଥିବାବେଳେ ସ୍ନେହଲତା ପାଣିଗ୍ରାହୀ, ଜ୍ୟୋତ୍ସନା ଡାକୁଆ, ସାସ୍ୱତୀ ବେବର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ ।


