ପାରଳା ସ୍ୱାଭିମାନ ମଞ୍ଚ ମୁଖ୍ୟ ଡଃ,ତିରୁପତି ପାଣିଗ୍ରାହୀଙ୍କୁ ନୋବେଲ ସିଟିଜେନ ଆୱାର୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ହାଇଟେକ ମେଡିକାଲର ପ୍ରତିଷ୍ଠାତା ଡଃ.ତିରୁପତି ପାଣିଗ୍ରାହୀଙ୍କୁ ନୋବେଲ ସିଟିଜେନ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ କନ୍‌ଷ୍ଟିଟ୍ୟୁସନ୍ କ୍ଲବ ପରିସରରେ ଆୟୋଜିତ ପ୍ରୋଜେକ୍ଟ ୧୦୦ ଏବଂ ନୋବେଲ ସିଟିଜେନ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ନେପାଳ ସାମାଜିକ ଉନ୍ନୟନ ମନ୍ତ୍ରୀ ଜୀବନ ଘିମିରେ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆ୍ୱଓାର୍ଡ ଗ୍ରହଣ ପରେ ଡଃ.ପାଣିଗ୍ରାହୀ କହିଛନ୍ତି,ଲୋକଙ୍କୁ ଦୁଃଖ ଓ ବିଭିନ୍ନ ସମସ୍ୟା ସମୟରେ ସାହାଜ୍ୟ କରିବା ହିଁ ଭଗବତ୍ କାର୍ଯ୍ୟ ଅଟେ । ଦୀର୍ଘ ୪୦ବର୍ଷ ଧରି ଭିନ୍ନଭିନ୍ନ ଭାବେ ଳୋକଙ୍କ ସେବାରେ ମୁଁ ନିଜକୁ ନିୟୋଜିତ କରିଆସିଛି । ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁଁ ମୁଁ ଏହି ଆ୍ୱଓାର୍ଡ ପାଇଛି । ଏହି ଆୱାର୍ଡ ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ