ଭିନ୍ନ ଗ୍ରହର ପ୍ରାଣୀଙ୍କ ପାଇଁ ମଞ୍ଚ!
ଭିନ୍ନ ଗ୍ରହରେ ବାସ କରୁଥିବା ମଣିଷ ଭଳି ଚତୁର ପ୍ରାଣୀ ଏକ କଳ୍ପନା ହୋଇପାରେ; ତଥାପି ଅନେକ ଏଭଳି ପ୍ରାଣୀଙ୍କ ଉପସ୍ଥିତିର ବିଶ୍ୱାସ କରନ୍ତି । କାରଣ, ସେମାନେ ବ୍ୟବହାର କରୁଥିବା “ଉଡ଼ନ୍ତା ଥାଳିଆ’ ବା ଅନ୍ୟ ବିଚିତ୍ର ମହାକାଶଯାନ ଆଦି ପୃଥିବୀକୁ ଆସୁଥିବା ମିଥ୍ୟା ବୋଲି ବିଜ୍ଞାନୀମାନେ ଅଦ୍ୟାବଧି ପ୍ରମାଣିତ କରିପାରିନାହାନ୍ତି । ଏଭଳି ଅଜବ ଯାନର ଅବତରଣ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମଞ୍ଚ ବା ପ୍ଲାଟ୍ଫମ୍ର୍ ଅଛି । ମଞ୍ଚଟି ଉଇସ୍କନ୍ସିନ୍ ଅନ୍ତର୍ଗତ ପୋଲାଣ୍ଡ୍ ସହରରେ ଅବସ୍ଥିତ । ଉଦ୍ଭଟ ବିଶ୍ୱାସକୁ ନେଇ ସ୍ଥାନୀୟ ଲୋକେ ହିଁ ନିଜ ଖର୍ଚ୍ଚରେ ସେଇଟିକୁ ଗଢ଼ିଥିବା ପ୍ରକାଶ । ସେମାନଙ୍କ ବିଶ୍ୱାସ ଯଦି ଭିନ୍ନ ଗ୍ରହର ଜୀବ ପୋଲାଣ୍ଡ୍ ବୁଲିବାକୁ ଆସିବେ, ନିଜର ସୁବିଧା ପାଇଁ ସେହି ମଞ୍ଚ ଉପରେ ନିଶ୍ଚିତ ଭାବେ ଓହ୍ଲାଇବେ । ଭୂମି ଉପରୁ ମଞ୍ଚଟିର ଉଚ୍ଚତା ବୟାଳିଶ ଫୁଟ୍ ଏବଂ ସେଇଟି ଲୁହାରେ ଗଢ଼ା ।


