ଭିଭୋ ପକ୍ଷରୁ ଭି-୧୫ ସ୍ମାର୍ଟଫୋନ୍ର ବିକ୍ରି ଆରମ୍ଭ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-୧୫ର ବିକ୍ରି ଆରମ୍ଭ ହୋଇଛି । ଏହା ଗ୍ଳାମର ରେଡ୍, ଫ୍ରୋଜେନ୍ ବ୍ଳାକ୍ ଏବଂ ରୟାଲ ବ୍ଲୁ ଆଦି ରଙ୍ଗରେ ସମସ୍ତ ଅନ୍ ଲାଇନ୍ ତଥା ଅଫ୍ ଲାଇନ୍ ଚ୍ୟାନେଲ୍ରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୨୩,୯୯୦ଟଙ୍କା ରହିଛି । ଏଥିରେ ଆସପେକ୍ଟ ଅନୁପାତ ୯୦:୯୫% ସ୍କ୍ରିନ୍ ବଡି ରହିଛି । ଏଥିରେ ୩୨ ଏମ୍ପି ସେଲଫି କ୍ୟାମେରା ଏବଂ କ୍ୱାଡା ପିକ୍ସଲେ ସେନସର ସହିତ ୧୨ଏମ୍ପି ହୁଆଲ୍ ପିକ୍ସଲ ସେନସର୍ ତଥା ୮ଏମ୍ପି ଏଆଇ ସୁପର ୱାଇଡ୍ ଆଙ୍ଗେଲ୍ କ୍ୟାମେରା ରହିଛି । ଏହା ସହିତ ୫ଏମ୍ପି ଡେପଥ୍ କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି । ଏହି ସ୍ୱାର୍ଟଫୋନ୍ ଉପରେ ବଜାଜ୍ ଫିନସର୍ଭ ଇଏମଆଇ ଗ୍ରାହକଙ୍କୁ ୧୦,୦୦୦ଟଙ୍କାର ଏକ୍ସଚେଞ୍ଜ୍ ଅଫର ତଥା ବାଏବ୍ୟାକ୍ ସୁବିଧା ସହିତ ଅତିରିକ୍ତ ଭିଭୋ ସୁବିଧା ସହିତ ଜିରୋ ଡାଉନ୍ ପେମେଂଟ୍ରେ ୭ ମାସର ଇଏମ୍ଆଇ ସୁବିଧା ଉପଲବ୍ଧ ହେଉଛି । ଏସବିଆଇ କ୍ରେଡିଟ୍/ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ୫% କ୍ୟାସ୍ୱ୍ୟାକ୍ ସୁବିଧା ଉପଲବ୍ଧ ହେଉଛି । ଆଇଡିଏଫସି ଫାଷ୍ଟ ଦ୍ୱାରା ଏକ୍ସକ୍ଲୁସିଭ୍ ଜିରୋ ଡାଉନପେମେଂଟ୍ ୮ ମାସର ସୁବିଧା, ୧୫୯୯ଟଙ୍କାର ଇଏମଆଇ ଏଚଡିବି ଯୋଜନା ମାଧ୍ୟମରେ ୫% କ୍ୟାସବ୍ୟାକ୍,ଜିଓ ଅନ୍ଲାଇନ୍ ଅଫର ଦ୍ୱାରା ୧୦,୦୦୦ଟଙ୍କା ମୂଲ୍ୟର ସୁବିଧା, ପୁରୁଣା ସ୍ମାର୍ଟଫୋନ୍ ୍ ଉପରେ ଭିଭୋ-ଇଣ୍ଡିଆ ଇ-ଷ୍ଟୋର, ଆମାଜନ୍ ଡଟ୍ ଇନ୍ , ଫ୍ଲିପ୍କାର୍ଟ ଏବଂ ପେଟିଏମ୍ ମଲ୍ରେ ୨,୦୦୦ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ୍ ଅଫର, ଫ୍ଲିପ୍ କାର୍ଟ ଏବଂ ଆମାଜନ୍ ଡଟ୍ ଇନ୍ରେ ୧,୦୦୦ରୁ ଅଧିକ ଟଙ୍କାର ଲୟାଲିଟି ସୁବିଧା, ଇ-କମର୍ସ ପ୍ଲାଫର୍ମରେ ୧୨ ମାସର ନୋ କଷ୍ଟ ଇଏମ୍ ଆଇ ସୁବିଧା ଯାହାକି ୨୫% ଅପ୍ ଫ୍ରଂଟ୍ ପେମେଂଟରେ ୧୮ ମାସକୁ ବର୍ଦ୍ଧିତ ହେବ । ଏଥିରେ ୬ଜିବି ରାମ୍, ୬୪ ଜିବି ରମ୍, ୨୫୬ ବର୍ଦ୍ଧିତ ମେମୋରୀ, ୪,୦୦୦ଏମ୍ଏଏଚ୍ ବ୍ୟାଟେରୀ, ଡୁଆଲ୍ ଇଞ୍ଜିନ୍ ଫାଷ୍ଟ ଚାର୍ଜ ଆଦି ରହିଛି । ଏହା ସହିତ ମେଡିଆଟେକ୍ ପି-୭୦ ପ୍ରୋସେସର୍, ଆଣ୍ଡ୍ରଏଡ୍ ୯.୦ ଫଂଟ୍ ଟଚ୍ ଓଏସ୍-୯, ଫିପଥ୍ ଜେନେରେସନ୍ କୋର୍ନିଂ ଗୋରିଲା ଗ୍ଲାସ୍,୪୦୦୦ଏମଏଏଚ୍ ବ୍ୟାଟେରୀ, ଏଆଇ ଫେସ୍ ବିୟୁଟି ଆଦି ବୈଶିଷ୍ଟ୍ୟ ରହିଛି ।


