ଭିସା ପକ୍ଷରୁ ସମ୍ବଲପୁରରେ ‘ ଭିସା ଏଭ୍ରିହ୍ୱେର ଇନିସିଏଟିଭ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସମ୍ବଲପୁର: ପେମେଂଟ୍ ଜ୍ଞାନକୌଶଳରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭିସା ପକ୍ଷରୁ ଏହାର ‘ ଭିସା ଏଭ୍ରିହ୍ୱେର ଇନିସିଏଟିଭ୍’ କାର୍ଯ୍ୟକ୍ରମ ସମ୍ବଲପୁରରେ ଅନୁଷ୍ଠିତ ହେବା ସମ୍ପର୍କରେ ଘୋଷଣା କରାଯାଇଛି । ପେମେଂଟ୍ ଏବଂ କମର୍ସ କ୍ଷେତ୍ରରେ ଭବିଷ୍ୟତର ଆହ୍ୱାନ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ସମାଧାନମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।ଏହି କାର୍ଯ୍ୟକମ୍ରରେ ଯୋଗଦେବା ପାଇଁ ଭାରତ ବ୍ୟାପି ୨୩୦ରୁ ଅଧିକ ଆବେଦନ ପତ୍ର ଦାଖଲ ହୋଇଛି । ୨୦୨୦ରେ ଭାରତରେ ଦେଖାଦେବାକୁ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ‘ଭିସା ଏଭ୍ରିହ୍ୱେର ଇନିସିଏଟିଭ୍’ କାର୍ଯ୍ୟକ୍ରମରେ ଆଲୋଚନା ହେବ । ପେମେଂଟ୍ କ୍ଷେତ୍ରରେ ଡିଜିଟାଲ କାରବାରର ବ୍ୟବହାର, ବାଣିଜ୍ୟ କ୍ଷେତ୍ରରେ ଡିଜିଟାଲୀକରଣ ଏବଂ ବି୨ବି ପେମେଂଟ୍ ଉପରେ ଏଥିରେ ଚର୍ଚ୍ଚା ହେବ । ଇତିମଧ୍ୟରେ ଭିସା ପକ୍ଷରୁ ମୁମ୍ବାଇ, ଗୁରୁଗ୍ରାମ୍, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ୍ଠାରେ ରୋଡ୍ ଶୋ ଆୟୋଜିତ ହୋଇ ସାରିଛି । ଏହି ଅବସରରେ ଭିସା ଗ୍ରୁପ୍ର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ ପ୍ରଡକ୍ଟ ମୁଖ୍ୟ ଅରବିନ୍ଦ ରୋଂଟା କହିଲେ, “୨୦୨୦ରେ ଆମେ ସମ୍ବଲପୁରରେ ‘ ଭିସା ଏଭ୍ରିହ୍ୱେର ଇନିସିଏଟିଭ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଉଥିବାରୁ ବିଶେଷ ଆନନ୍ଦିତ । ଏଥିରେ ଯୋଗଦେବା ପାଇଁ ବହୁ ଆବେଦନ ଆସିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ପେମେଂଟ୍ ଏବଂ କମର୍ସ ସମ୍ପର୍କିତ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯିବ । ଭିସା ପକ୍ଷରୁ ୨୦୨୦ ମାର୍ଚ୍ଚରେ ‘ ଭିସା ଏଭ୍ରିହ୍ୱେର ଇନିସିଏଟିଭ୍’ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଅଭିଜ୍ଞ ପ୍ୟାନେଲ୍ ସମ୍ପର୍କରେ ତାଲିକା ପ୍ରକାଶ କରାଇବ । ଏଥିରେ ବିଜେତାମାନଙ୍କୁ ୩୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ‘ଭିସା ଏଭ୍ରିହ୍ୱେର ଇନିସିଏଟିଭ୍’ କାର୍ଯ୍ୟକ୍ରମ ଚଳିତ ବର୍ଷ ଭାରତରେ ଆରମ୍ଭ ହୋଇଛି । ୨୦୧୫ରେ ଆମେରିକାରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିବାବେଳେ ଇତମଧ୍ୟରେ ଏଥିରେ ୬୦୦୦ରୁ ଅଧିକ ଷ୍ଟାର୍ଟଅପ୍ ଯୋଗ ଦେଇପାରିଛନ୍ତି । ସେହିପରି ୨.୫ ବିଲିୟନ୍ ଡଲାରରୁ ଅଧିକ ପାଣ୍ଠି ଯୋଗାଡ଼ ହୋଇପାରିଛି । ଏଥିରେ ୨୧୫ ଫାଇନାଲିଷ୍ଟ ଥିବାବେଳେ ପ୍ରାୟ ୧୦୦ରୁ ଅଧିକ ବିଜେତା ରହିଛନ୍ତି । ଏହି କାର୍ଯ୍ୟକ୍ରମ ନର୍ଥ ଆମେରିକା, ଲାଟିନ୍ ଆମେରିକା, ୟୁରୋପ, ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର ୧୦୦ରୁ ଅଧିକ ଦେଶରେ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟ, ଭିସା କ୍ୟାସ୍ ଲେସ୍ କାରବାର କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ଏହା ଏକ ସେକେଣ୍ଡରେ ୬୫,୦୦୦ କାରବାର ମ୍ୟାସେଜ୍ ସଂଗୃହୀତ କରିପାରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ