ଭୁବନେଶ୍ୱରରୁ ଆଉ ୧୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୧୭ଜଣଙ୍କ ମଧ୍ୟରୁ ୧୦ଟି ଲୋକାଲ କେସ୍‌ ରହିଛି । ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨ଜଣ କରୋନା ଯୋଦ୍ଧା ରହିଥିବା ନେଇ ସୂଚନା ମିଳିଛି | ତେବେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ ଡୁମୁଡୁମାର ରଘୁନାଥ ନଗର ବସ୍ତିରୁ ୨ଜଣ, ଜଗନ୍ନାଥ ବିହାର ନିକଟସ୍ଥ ପଟିଆ ଭିଲେଜରୁ ଜଣେ, ବିଜେବି ନଗରର ପାଣିଟାଙ୍କି ବସ୍ତିରୁ ଜଣେ, ଦାସପୁରର ଅନ୍ଧାରୁଆରୁ ଜଣେ, ଶତାବ୍ଦୀ ନଗରର ଲେନ-୧ରୁ ଜଣେ, ମଙ୍ଗଳା ମନ୍ଦିର ନିକଟସ୍ଥ ଚକେଇସିଆଣୀରୁ ଜଣେ, କେନ୍ଦ୍ର ଦ୍ୱାରା ପରିଚାଳିତ ଡାକ୍ତରଖାନାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଛନ୍ତି |ସେହିଭଳି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣଙ୍କ ମଧ୍ୟରେ ଜୟଦେବ ବିହାରର ଇଏସଆଇ ହସ୍ପିଟାଲ କଲୋନୀରୁ ଜଣେ, ପଟିଆ ବିଗ ବଜାର ନିକଟରୁ ୨ଜଣ, ଚନ୍ଦ୍ରଶେଖରପୁରର ପ୍ରଗତି ବିହାରରୁ ଜଣେ ଏବଂ ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ବ୍ୟକ୍ତି ରହିଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁ ଦ୍ୱାରା କବଳିତ ହୋଇଥିବା ଜଣା ପଡିଛି | ଏହା ସହ କୋଭିଡ ହସ୍ପିଟାଲରୁ ୨ଜଣ କରୋନା ଯୋଦ୍ଧା ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୪୫୦ଥିବା ସହ ୨୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ