ଭୁବନେଶ୍ୱରରେ ଖୋଲିଲା ଭୋୟଲା ଫେଶନ୍ ଜୁଏଲାରୀ ଷ୍ଟୋର୍
ଭୁବନେଶ୍ୱର,: ଭାରତର ବୃହତମ ଫେଶନ ଜୁଏଲାରୀ ବ୍ରାଣ୍ଡ୍ ଭୋୟଲା ପକ୍ଷରୁ ଏହାର ଷ୍ଟୋର ଭୁବନେଶ୍ୱରର ଏସ୍ପ୍ଲାନେଡ ମଲ୍ରେ ଉଦ୍ଘାଟିତ ହୋଇଛି । ଏହି ଷ୍ଟୋର ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ କାରବାର ଜାରି ରଖିବ । ଏଥିପାଇଁ ଗ୍ରାହକଙ୍କୁ ଭୋୟଲା ଆପ୍ର ସହାୟତା ନେବାକୁ ପଡ଼ିବ । ଭାରତରେ କମ୍ପାନୀର ୧୬୦ରୁ ଅଧିକ ଷ୍ଟୋର ରହିଛି । ଭୁବନେଶ୍ୱରରେ ଖୋଲିଥିବା ଏହି ଷ୍ଟୋରରେ ଲାଟେଷ୍ଟ କଲେକସନ୍ ମଧ୍ୟରେ ଇଣ୍ଡିଗୋ ଆଫେୟାର ଏବଂ ଗ୍ୱାଲିୟର ଅଳଙ୍କାର ଆଦି ରହିଛି । ଏହାର ଉଦ୍ଘାଟନ ମିସ୍ ଇଣ୍ଡିଆ ଏସିଆ ଇଟଂରନ୍ୟାସନାଲ୍ ସୁଶ୍ରୀ ଦୀପାଲି ଫଡ଼ନୀସ୍ଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ଏହି ଷ୍ଟୋର ଓଡ଼ିଶାର ସଂସ୍କୃତି ତଥା ପରମ୍ପରାକୁ୍ ରୁଦ୍ଧିମନ୍ତ କରିବ ବୋଲି ସେ କହିଛନ୍ତି । ଇତିମଧ୍ୟରେ ଫେଶନରେ ବହୁ ପରିବର୍ତନ ଆସିଛି ଏହାକୁ ଦୃଷ୍ଟିରେ ରଖି ଷ୍ଟୋରରେ ଅନେକ ଆଧୁନିକ ଫେଶନ ଅଳଙ୍କାର ମହଜୁଦ୍ ରହିଛି ।


