ବରୁଣ ଧଓ୍ଵନଙ୍କ ସହ WWE ଷ୍ଟାର
(ଯୁଗାବ୍ଦ ନ୍ୟୁଜ) ବଲିଉଡ ର ନଟି ବୟ ବରୁନ ଧୱନ ଫିଲ୍ମ କ୍ୟାରିୟର ସହ WWE ର ମଧ୍ୟ ଖୁବ୍ ସୌକ୍ ରଖିଛନ୍ତି । ବରୁଣ ଦ ରକ୍ ଅଫ୍ ଡେ୍ଵନ ଜନସନ୍ଙ୍କର ମଧ୍ୟ ବହୁତ ବଡ ଫ୍ୟାନ। କିଛି ଦିନ ତଳେ WWE ମହିଳା ଚ୍ୟାମ୍ପିୟନ ସାର୍ଲେଟ ଫ୍ଲେୟର ଙ୍କୁ ବଲିଉଡ୍ ଡ୍ୟାନ୍ସ ଶିଖାଉଥିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଫ୍ଲେୟର ସାର୍ଲେଟ ଏହି ଭିଡିଓକୁ ଟ୍ଵିଟ୍ କରି ଲେଖିଛନ୍ତି ‘ସାଲ୍ସା ଡ୍ୟାନ୍ସ ତ ନୁହେଁ କିନ୍ତୁ ମୁଁ କିଛି ବଲିଉଡ୍ ଡ୍ୟାନ୍ସ ନିଶ୍ଚିନ୍ତ ସିଖିଛି, ଧନ୍ୟବାଦ ବରୁଣ ଧଓ୍ଵନ ମତେ ବଲିଉଡ୍ ପାଇଁ ପ୍ରସ୍ତୁତ କରିଥିବାରୁ। ‘ରିପୋର୍ଟ ଅନୁଯାୟୀ ଫ୍ଲେୟର ବରୁଣ ଧଓ୍ଵନଙ୍କ ସହ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ଅଡିରେ ନଜର ଆସିବେ। ଏଥିପାଇଁ ବରୁଣ କହିଛନ୍ତି ମୁଁ ଫ୍ଲେୟରଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି । ଷ୍ଟ୍ରିଟ୍ ଡ୍ୟାନ୍ସର ଅଡି ରେ ବରୁଣଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ନୋରା ଫତେହୀ ଏବଂ ପ୍ରଭୁ ଦେବା ମଧ୍ୟ ନଜର ଆସିବେ। ରେମୋ ଏହା ପୂର୍ବରୁ ବରୁଣ ଧଓ୍ଵନଙ୍କ ସହ ଏବିସିଡି ୨ ରେ କାମ କରିଥିଲେ। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା ।


