ଭୁଷୁଡି ଗଲା ଆଜବେଷ୍ଟ ଘର, ଅଳ୍ପକେ ବର୍ତିଲେ ମହିଳା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ୧୧ ନଂ ୱାର୍ଡର ର ଉର୍ମିଲା ସେନାପତିଙ୍କ କୈାଣସି କାରଣ ବସତଃ ଏକ ପୁରୁଣା ଆଜବେଷ୍ଟ ଘରଟି ଭୁସୁଡି ପଡିଛି । କିନ୍ତୁ ଘରେ କେହି ନଥିବାରୁ ଉର୍ମିଲା ଅଳ୍ପକେ ବଚିଂଯାଇଛନ୍ତି । ଘରର ସମସ୍ତ ଆସବାପତ୍ର ମାଟି ମିଶି ନଷ୍ଟ ହୋଇଯାଇଛି । ଘଟଣାର ଖବର ପାଇଁ ଏନଏସି ର ପୂର୍ବତନ କାଉନସିଲର ତଥା ଏନଏସି ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍, ଗଣେଷ ବାବୁ ଓ ଏନଏସି କର୍ମଚାରୀ ଘଟଣା ସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ଉର୍ମିଲାଙ୍କ ଆର୍ଥିକ ସମ୍ବଳ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଏକ ଆବାସ ଯୋଜନାରେ ସାମିଲ କରି ସରକାରୀ ସୁବିଧା ପ୍ରଦାନ ପାଇଁ ଟି.ଚନ୍ଦ୍ର ଶେଖର ରାଓ ଏନଏସି ନିର୍ବାହି ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏନଏସି ନିର୍ବାହି ଅଧିକାରୀ ସ୍ଥାନୀୟ ତହସିଲଦାର ଙ୍କୁ ଅବଗତ କରାଇବା ସହ ସରକାରୀ ସାହାର୍ଯ୍ୟ ମିଳିବାର ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ