ବିଦ୍ୟୁତ୍ କର୍ମଚାରୀଙ୍କୁ ସୁରକ୍ଷା ତାଲିମ୍ ପ୍ରଦାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଟାଟା ପାୱାର୍ ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ ଓ ପରିବର୍ତ୍ତନ କନ୍ସଲଟାନ୍ସିର ମିଳିତ ସହଯୋଗରେ ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ସେକ୍ସନ୍ ଏବଂ ଭିଜିଲାନ୍ସ ଏମ୍ଆରଟି ଭଞ୍ଜନଗର ସର୍କଲ୍ ର ବିଦ୍ୟୁତ୍ କର୍ମଚାରୀଙ୍କୁ ସୁବ୍ୟବହାରିକ ସୁରକ୍ଷା ମୂଳକ ତାଲିମ୍ ପ୍ରଦାନ କରାଯାଇଛି I ଏହି କର୍ମଚାରୀମାନେ ନିଜର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଗୁରୁତ୍ବପୂର୍ଣ୍ଣ ତଥା ବିପଦ ପୂର୍ଣ୍ଣ ବିଭିନ୍ନ କାର୍ଯ୍ୟ ସମ୍ପାଦନ ନିମନ୍ତେ ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଛି I ଏଥିରେ ଦିଲ୍ଲୀପ୍ କୁମାର ମିଶ୍ର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ I କାର୍ଯ୍ୟକ୍ରମରେ ଉପଖଣ୍ଡ ବିଦ୍ୟୁତ୍ ଅଧିକାରୀ ଆଦିତ୍ୟ କୁମାର ଦାଶ୍, କନିଷ୍ଠ ଯନ୍ତ୍ରୀ ରଞ୍ଜନ ମଲ୍ଲିକ୍, ନିର୍ବାହି ଯନ୍ତ୍ରୀ ଜଗତ୍ ଜିତ୍ ଦାସ୍ ମହପାତ୍ର, ଅଧୀକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା, ସୁରକ୍ଷା ପ୍ରହରୀ ବିଭୂତି ଭୂଷଣ ପାହାଡ଼ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I


