“ଭେଟେରାନ୍ସ କ୍ଲବ ଓଡ଼ିଶା” ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, (ଓ୍ୱାଇଏନ୍‌ଏସ୍‌): ବିଶ୍ୱ ମହାମାରୀ କରୋନା ତା’ର ବ୍ୟାପକ କାୟା ବିସ୍ତାର କରିଥିବାବେଳେ ଏହାକୁ ସବୁ ସ୍ତରରେ ପ୍ରତିହତ କରିବା ପାଇଁ କଟୀବଦ୍ଧ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ଆଜି ପଟିଆ ସ୍ଥିତ ହୋଟେଲ “ବାଏ ଦ ୱେ” ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଔପଚାରିକତା କ୍ରମରେ ଏହାର ଉଦଘାଟନ କରି ପନଡୁବି ଯୁଦ୍ଧପୋତ ବିଶେଷଜ୍ଞ ଭେଟେରାନ୍ ଜାନକୀ ପ୍ରସାଦ ପଟ୍ଟନାୟକ ଓ ଯୁଦ୍ଧ ପୋତ ନିର୍ମାଣ ବିଶେଷଜ୍ଞ ଜଗତକୃଷ୍ଣ ପଟନାୟକ କହିଛନ୍ତି ଯେ କରୋନା ବା ଏଇ କୋଭିଡ-୧୯ ସଂକ୍ରମଣରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆମେ ଏହି ଭୂତାଣୁର ପ୍ରବୃତ୍ତି ଓ ପ୍ରକୃତି ସହ ପରିଚିତ ହେବା ପ୍ରଥମ ଆବଶ୍ୟକତା । ସାମାଜିକ ଦୂରତା ରକ୍ଷା କରି ସବୁକାମ କରିବା ସହ ଅଯଥା ବାହାରେ ନବୁଲି ଘରେ ଆମେ ସୁରକ୍ଷିତ ରହିଲେ ନିଜର ସୁରକ୍ଷା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଆମେ ସଚେତନ ବୋଲି ବୁଝିବାକୁ ହେବ । ଆଜିର ସଙ୍କଟ କାଳରେ ଏହା ହିଁ କରୋନା ସହ ଯୁଦ୍ଧ । ଏମିତି ବିଭୀଷିକା ସମୟରେ ଆମର ଅବସରପ୍ରାପ୍ତ ପୂର୍ବ ସୈନିକ ଭାଇମାନେ ରକ୍ତଦାନ ଶିବିର ଆୟୋଜନ କରିବାର ସାହସ ଦେଖାଇଥିବାରୁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଭେଟେରାନ୍ସ କ୍ଲବ ଓଡ଼ିଶାର ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ ଏହି ଆୟୋଜନରେ ଯୋଗ ଦେଇଥିବା ସମସ୍ତ ଉତ୍ସାହୀ ସୈନିକ ଭାଇମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ରେଡକ୍ରସ ସୋସାଇଟି ପକ୍ଷରୁ ସହଯୋଗ ପାଇଁ ନିଜର ଆଭାର ବ୍ୟକ୍ତ କରିଥିଲେ । ହୋଟେଲ ‘ବାଏ ଦ ୱେ’ର ପ୍ରତିଷ୍ଠାତା ଭେଟେରାନ୍ ସମରେନ୍ଦ୍ର ପରିଜା ଏହି କାର‌୍ୟ୍ୟକ୍ରମ ପାଇଁ ନିଜର ଅକୁଣ୍ଠ ସହଯୋଗ ସହ ହୋଟେଲ ପରିସରରେ ରକ୍ତଦାନ ଶିବିର ଆୟୋଜନ ପାଇଁ ମୁକ୍ତ ରଖିଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ସେନା ମେଡାଲ ପ୍ରାପ୍ତ ଭେଟେରାନ୍ ମେରିନ୍ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ବିଭୁପ୍ରସାଦ ସ୍ୱାଇଁ, ଦୀନବନ୍ଧୁ ଷଡ଼ଙ୍ଗୀ, ବିମଳ ପ୍ରସାଦ ବାରିକ, ଗୋପୀନାଥ ମିଶ୍ର, ଜାହ୍ନବୀ ବଲ୍ଲଭ ପଟ୍ଟନାୟକ, ହର ପ୍ରସାଦ ଦୋରା, କ୍ୟାପଟେନ ମନ୍ମଥ କୁମାର ସିଂହ, ଅନ୍ତର‌୍ୟ୍ୟାମୀ ଦାଶ, ଆଶିଷ କୁମାର ଝା, ଲୋକନାଥ ଦଳାଇ, ବିଷ୍ଣୁ ପ୍ରସାଦ ଦାଶ, ଦିଲ୍ଲୀପ କୁମାର ସାହୁ, ଶେଷଦେବ ମିଶ୍ର , ସଞ୍ଜୟ କୁମାର ବ୍ୟତୀତ ଶ୍ରମତୀ ସରୋଜିନୀ ନାୟକ ଓ ମନସ୍ବିନୀ ନାୟକ ପ୍ରମୁଖ ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ